IPL 2024 : ହାଇଦ୍ରାବାଦ୍‌ରେ ହେବ ରନ୍‌ ବର୍ଷା, ମୁହାଁମୁହିଁ ହେବେ SRH-LSG

Published By : Prameya-News7 Bureau | May 08, 2024 IST

ହାଇଦ୍ରାବାଦ୍‌ ୦୮।୦୫: ଆଇପିଏଲ୍‌ ୨୦୨୪ । ବୁଧବାର ଟୁର୍ଣ୍ଣାମେଣ୍ଟର ଖେଳାଯିବ ୫୭ତମ ମ୍ୟାଚ୍‌ । ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍‌ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ । ରାତି ୭ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍‌ । 

ବର୍ତ୍ତମାନ ସୁଦ୍ଧା ସନରାଇଜର୍ସ ହାଇଦ୍ରାବାଦ୍‌ ୧୧ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୪ର୍ଥ ସ୍ଥାନରେ ରହିଛି । ଦଳ ଆରମ୍ଭରୁ ଦମ୍‌ଦାର ପ୍ରଦର୍ଶନ କରୁଥିଲେ ବି ଶେଷ ଆଡକୁ ଟିମ୍‌ ସେତେଟା ପ୍ରଦର୍ଶନ କରିପାରିନାହିଁ । ଯାହାକି ଟିମ୍‌ ପାଇଁ ସାଜିଛି ମୁଣ୍ଡବ୍ୟଥା । ଦଳ ଏବେ ବିଜୟୀ ପାଇଁ ଖୋଜୁଛି ସାହାରା । 

ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୬ଷ୍ଠ ସ୍ଥାନରେ ରହିଛି । ଚଳିତ ସିଜିନ୍‌ରେ ଦଳର ପ୍ରଦର୍ଶନ ମନ୍ଥର ରହିଛି । କେବେ ବିଜୟ ତ କେବେ ହାର୍‌ । ତେବେ ଦଳ ଯଦି ପ୍ଲେ-ଅପ୍‌ ରେସ୍‌ରେ ରହିବାକୁ ହେଲେ ଆଜିର ମ୍ୟାଚ୍‌ରେ ବିଜୟ ଜରୁରୀ । 

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୨ ପଏଣ୍ଟ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୧ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ଦଳ ପାଖରେ ରହିଛି ୧୨ ପଏଣ୍ଟ । 

 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.