ନୂଆଦିଲ୍ଲୀ ୧୯।୦୫; ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲ୍ ୨୦୨୪ ର ୬୮ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫ୍ ପହଞ୍ଚିଛି | ବେଙ୍ଗାଲୁରୁର ଏହି ବିଜୟ ପରେ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ସେମାନଙ୍କ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଉଭୟଙ୍କ ଆଖିରେ ଲୁହ ଭରି ଯାଇଥିଲା। କୋହଲି ଏବଂ ଅନୁଷ୍କାଙ୍କ ଭାବପ୍ରବଣ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା। ଯାହା ବର୍ତ୍ତମାନ ଭାଇରାଲ ହେଉଛି।
Aaarrr Ceeee Beeee ❤️👏
— IndianPremierLeague (@IPL) May 18, 2024
6️⃣ in a row for Royal Challengers Bengaluru ❤️
They make a thumping entry into the #TATAIPL 2024 Playoffs 👊
Scorecard ▶️ https://t.co/7RQR7B2jpC#RCBvCSK | @RCBTweets pic.twitter.com/otq5KjUMXy
ଆରସିବିର ବିଜୟ ପରେ ଆଇପିଏଲର ଅଫିସିଆଲ ସୋସିଆଲ ମିଡିଆରୁ ଏକ ଭିଡିଓ ସେୟାର କରାଯାଇଥିଲା। ଯେଉଁଥିରେ ପ୍ରଥମେ ବିରାଟ କୋହଲିଙ୍କ ଆକ୍ରୋଶ ଏବଂ ପରେ ତାଙ୍କ ଭାବପ୍ରବଣ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା। କୋହଲି ତାଙ୍କ କ୍ୟାପ କାଢି ବିଜୟର ଉତ୍ସବ ପାଳନ କରିଥିଲେ ଏବଂ ଏହି ସମୟରେ ତାଙ୍କ ଆଖିରୁ ଲୁହ ଆସି ଯାଇଥିଲା। ଏହାପୂର୍ବରୁ ଷ୍ଟାଡିୟମରେ ବସିଥିବା ଅନୁଷ୍କାଙ୍କୁ ଦେଖାଯାଇଥିଲା । ସେ ମଧ୍ୟ ବିଜୟର ଖୁସିରେ ନିଜର ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ। ଅନୁଷ୍କା ଦୁଇ ହାତକୁ ଉପରକୁ ଉଠାଇ ଖୁସିରେ ଡେଇଁ ପଡିଥିଲେ। ଏହାରି ମଧ୍ୟରେ ସେ ବହୁତ ଭାବପ୍ରବଣ ଦେଖାଯାଉଥିଲେ | ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଚେନ୍ନାଇ ଏବଂ ବେଙ୍ଗାଲୁରୁ ମଧ୍ୟରେ ହୋଇଥିବା ଏହି ଟକ୍କରରେ ବେଙ୍ଗାଲୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ହୋଇଥିଲା। ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ବେଙ୍ଗାଲୁରୁ ଦଳ ୨୦ଓଭରରେ ବୋର୍ଡରେ ୨୧୮/୫ ରନ୍ ସଂଗ୍ରହ କରିଥିଲା। କ୍ୟାପଟେନ ଫାଫ୍ ଡୁ ପ୍ଲେସିସ୍ ଦଳ ପାଇଁ ସବୁଠୁ ବଡ ଇନିଂସ ଖେଳି ୩୯ ବଲରେ ୩ ଚୌକା ଓ ୩ ଛକା ମାରି ୫୪ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ଅନ୍ୟ ଖେଳାଳିମାନେ ଚମତ୍କାର ବ୍ୟାଟିଂ କରି ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ। ଯେଉଁଥିରେ କିଙ୍ଗ କୋହଲିଙ୍କ ୪୭ ରନ୍ କରିଥିଲେ। ପ୍ଲେ ଅଫରେ ପହଞ୍ଚିବା ପାଇଁ ଆରସିବିକୁ ଅତି କମରେ ୧୮ ରନ୍ ଜିତିବାକୁ ପଡିଲା। କିନ୍ତୁ ବେଙ୍ଗାଲୁରୁ ବୋଲରଙ୍କ ଉତ୍କୃଷ୍ଟ ବୋଲିଂ ହେତୁ ଦଳ ୨୭ ରନରେ ଜିତିଥିଲା।