ଭୁବନେଶ୍ୱର,୨୬। ୧୧ : ସ୍ପେଶ୍‌ରେ ଉଚ୍ଚତା ବଢ଼ିବା ପରି ଲାଗେ । ଭୁବନେଶ୍ବର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନୁଭୂତି ବାଣ୍ଟିଲେ ମହାକାଶଚାରୀ ଶୁ ଶୁଭାଂଶୁ ଶୁକ୍ଲା । ଏହି ଅବସରରେ ସେ କହିଥିଲେ ‘ମହାକାଶର ଅନୁଭୂତି ଥିଲା ଅତ୍ୟନ୍ତ ନିଆରା । ‘ପ୍ରଥମ ୪/୫ ଦିନ ଖାପ ଖୁଆଇବା ଥିଲା ବେଶ୍  ଚ୍ୟାଲେଞ୍ଜିଂ । ‘ସେହିପରି ଫେରିବା ପରେ ପୃଥିବୀପୃଷ୍ଠ ବି ଥଲା ଆମ ପାଇଁ ଚ୍ୟାଲେଞ୍ଜିଂ । ୨୦୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ ବୋଲି ଶୁଭାଂଶୁ କହିଥିଲେ । ଗଗନଯାନ ମିଶନର ଏବେ କାମ ଚାଲିଛି ।

‘ଜିରୋ ଗ୍ରାଭିଟିରେ ଶରୀର ବିଦ୍ରୋହ କରେ ବୋଲି କୁହାଯାଇପାରିବ । ‘ରକ୍ତଚାପରେ ପରିବର୍ତ୍ତନ ଯୋଗୁ ହୃତ୍‌ସ୍ପନ୍ଦନ କମ୍‌ ହୋଇଥାଏ । ‘ଜିରୋ ଗ୍ରାଭିଟିରେ ଉଚ୍ଚତା ବଢ଼ିବା ପରି ଲାଗେ । ‘ମହାକାଶରୁ ଫେରିଲା ପରେ ପୂର୍ବାବସ୍ଥା ଅନୁଭବ ହୁଏ । 'ମହାକାଶରେ ଡ୍ରାଏଫୁଡ୍ ଖାଇବା ସମ୍ଭବ ନୁହେଁ, ଖୋଲିଯାଇ ପାରେ । ‘ତେଣୁ କିଛି ଆଦ୍ରଯୁକ୍ତ ଖାଦ୍ୟ ସାମଗ୍ରୀ ଖାଇଥାଉ ବୋଲି ସେ କହିଛନ୍ତି । ଆକ୍ସିୟମ-୪ ମିଶନରେ ୧୮ ଦିନ ମହାକାଶରେ ରହିଥିଲେ ଶୁଭାଂଶୁ । ତେବେ କେମିତି ଥିଲା ସେଠିକାର ପରିବେଶ ତାର ନିଆରା ଅନୁଭୂତି ବାଣ୍ଟିଥିଲେ ମହାକାଶଚାରୀ ।

ସୂଚନା ଥାଉକି, ​​​​​​​​​​​​​ଓଡ଼ିଶା ଗସ୍ତରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳା ସାଇଟେଡ୍ର ନବମ ସଂସ୍କରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କୁ ମହାକାଶ ଯାତ୍ରା ସହ ମହାକାଶ ବିଜ୍ଞାନ ସଂପର୍କରେ ଅନୁଭୂତି ବାଣ୍ଟିଛନ୍ତି । ଜୁନ୍ ୨୫ ତାରିଖରେ ସ୍ପେସ୍ ଡ୍ରାଗନ୍ ମହାକାଶ ଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ।

ସେ କହିଛନ୍ତି, “ଓଡ଼ିଶା ଆସି ମୁଁ ବହୁତ ଖୁସି। ଓଡ଼ିଆ ପିଲା ମହାକାଶ ବିଜ୍ଞାନ କ୍ଷେତ୍ରରେ ଆସିବା ଜରୁରୀ। ଓଡ଼ିଶାର ପିଲାମାନେ ପାଠ ପଢ଼ି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ। ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା, ସେୟାର କରିବି। ମହାକାଶର ଅନୁଭୂତି ବାଣ୍ଟିବାକୁ ଓଡ଼ିଶା ଆସିଛି। ଏରୋସ୍ପେଶ୍ ପାଇଁ ଯେଉଁମାନେ ଆଗ୍ରହୀ, ମୁଁ ଉତ୍ସାହିତ କରିବି।