ଭୁବନେଶ୍ବର ୧୭।୮: ଆସନ୍ତା ୨୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ଅଗଷ୍ଟ ୨୮ ତାରିଖ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା । ନୟାଗଡ଼ରେ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହରେ ସୁଭଦ୍ରା ଟଙ୍କା ଦିଆଯିବ । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Also Read:- ବ୍ୟବସାୟୀ ଅପହରଣ ମାମଲାରେ ନୂଆ ଟ୍ୱିଷ୍ଟ : SI ସ୍ନେହାମଞ୍ଜରୀଙ୍କୁ ଜେରା, ଜଣେ ସାମ୍ବାଦିକ ଅଟକ

ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ପ୍ରଭାତୀ ପରିଡା କହିଛନ୍ତି । ବାଦ୍ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସଙ୍ଗେ ୫ଟି କିସ୍ତି ମିଳିବ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।