ଭୁବନେଶ୍ୱର ୧୧।୧୦ : ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରଚାର ସରଗରମ। ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ, ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ସୁଯୋଗ ଦିଆଯାଇଥିଲା।

ତେବେ ସରକାରୀ ତଥ୍ୟ ଅନୁସାରେ, ରାଜ୍ୟର ୩୪୭ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମୋଟ ୮ ହଜାର ୧୧୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଯାଞ୍ଚ ପରେ ୯୯୧ ଜଣଙ୍କ ନାମାଙ୍କନ ବିଭିନ୍ନ କାରଣରୁ ନାକଚ ହୋଇଥିବା ବେଳେ ୭ ହଜାର ୧୫୪ ଜଣଙ୍କ ପ୍ରାର୍ଥୀପତ୍ର ବୈଧ ଘୋଷିତ ହୋଇଥିଲା। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଦିନ ୪୦୫ ଜଣ ନିଜ ନାମ ପ୍ରତ୍ୟାହାର କରିନେବା ପରେ, ବର୍ତ୍ତମାନ ଚୂଡ଼ାନ୍ତ ଭାବେ ୬ ହଜାର ୬୪୯ ଜଣ ଛାତ୍ରଛାତ୍ରୀ ନିର୍ବାଚନ ମୈଦାନରେ ରହିଛନ୍ତି। ଏଥିମଧ୍ୟରୁ କଲେଜ ଗୁଡ଼ିକରେ ୬ହଜାର ୩୬୧ ଜଣ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୮୮ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି।

Also Read:-ଚା’ ପ୍ରସ୍ତୁତ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଚାଲିଗଲା ପରିବାରର ଜଣଙ୍କ ଜୀବନ

ଅନ୍ୟପଟେ, କେତେକ ସ୍ଥାନରେ ପ୍ରାର୍ଥୀପତ୍ର ନାକଚ ଓ ଅଣ-ଛାତ୍ରଙ୍କ ପ୍ରବେଶକୁ ନେଇ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସଗୁଡ଼ିକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ରହିବାର ଥିବା ବେଳେ ହଷ୍ଟେଲକୁ ହଷ୍ଟେଲ ଯାଇ ପ୍ରଚାର କରୁଛନ୍ତି ପାର୍ଥୀ। କ୍ୟାମ୍ପସ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରୁଛନ୍ତି ପାର୍ଥୀ। ହାତରେ ପୁଶିଂ କାର୍ଡ ସହ ଡିଜିଟାଲ କ୍ୟାମ୍ପେନକୁ ଫୋକସ କରିଛନ୍ତି ପାର୍ଥୀ ।