କଟକ ୩।୮: ରେଭେନ୍ସାରେ ଛାତ୍ର ଅଶାନ୍ତି । ଆନ୍ଦୋଳନକୁ ଓହ୍ଲାଇଛନ୍ତି ଇଷ୍ଟ ହଷ୍ଟେଲର ଶତାଧିକ ଛାତ୍ର । ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଛାତ୍ର ମାନେ ଅନଶନରେ ବସିଛନ୍ତି । ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ଛାତ୍ର ମାନେ । ହଷ୍ଟେଲ ମେସ୍ ରବିବାର ଠାରୁ ଏକ ପ୍ରକାର ଅଚଳ କହିଲେ ଚଳେ । କେବଳ ଅନଶନ ନୁହେଁ ବରଂ ହଷ୍ଟେଲ ଆଗରେ ଅହୋରାତ୍ର ଧାରଣାରେ ବସିଛନ୍ତି ଇଷ୍ଟ ହଷ୍ଟେଲ ଅନ୍ତେବାସୀ । ସେମାନଙ୍କ ଅଭିଯୋଗ, ହଷ୍ଟେଲର ଡେପୁଟି ୱାର୍ଡେନ ମନମାନି ଚଳାଇଛନ୍ତି । ଅଚାନକ ହଷ୍ଟେଲକୁ ଆସି, ମନଇଚ୍ଛା ପିଲା ମାନଙ୍କୁ ବାହାର କରିଦେଇ ଘରେ ତାଲା ପକାଇ ଦେଉଛନ୍ତି । ଯାହାର ପ୍ରତିବାଦ ସ୍ୱରୂପ ଛାତ୍ରମାନେ ଆନ୍ଦୋଳନ ଚଳାଇଛନ୍ତି ।