ନୟାଗଡ଼ ୧୨।୬: ଦଶପଲ୍ଲା ବିଡିଓଙ୍କ ଗାଡ଼ିକୁ ଢେଲା ମାଡ଼ । କାର୍‌କୁ ଢେଲା ମାଡ଼ କରି ୨ ଦୁର୍ବୃତ୍ତ ଫେରାର । ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ନଛିପୁର ଗାଁ ନିକଟରେ ହୋଇଛି ଆକ୍ରମଣ । ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ଢେଲା ମାଡ଼ କରିଥିବା ସୂଚନା ମିଳିଛି । ତେବେ ବିଡିଓ ସୁରକ୍ଷିତ ଥିବାବେଳେ ଡ୍ରାଇଭର ଆହତ ହୋଇଛନ୍ତି ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଡିଓ ଶରତ ଚନ୍ଦ୍ର ମଲ୍ଲିକଙ୍କ ଗାଡ଼ିକୁ ଢେଲା ମାଡ଼ କଲେ ଦୁର୍ବୃତ୍ତ । ଢେଲା ମାଡ଼ରେ ଗାଡିର ଆଗ କାଚ ଭାଙ୍ଗିଯାଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ବିଡିଓ । ବିଡିଓ SIR କାର୍ଯ୍ୟ ତଦାରଖ କରିବା ପାଇଁ ନଛିପୁର ପଞ୍ଚାୟତକୁ ଯାଇଥିଲେ । ପରେ ନଛିପୁରରେ ଜଣେ ଅଗ୍ନିବିପନ୍ନଙ୍କୁ ସରପଞ୍ଚଙ୍କ ସହ ମିଶି ସରକାରୀ ସାହାଯ୍ୟ ବଣ୍ଟନ କରି ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ହଠାତ ଗାଡିକୁ ଢେଲା ମାଡ କରିଥିଲେ ।

Also Read:- ଢେଙ୍କାନାଳ ଏସ୍‌ପି ଅଫିସ୍‌ ସମ୍ମୁଖରେ ବାପ-ପୁଅଙ୍କ ଆତ୍ମାହୁତି ଉଦ୍ୟମ, ଉଭୟଙ୍କୁ କାବୁ କଲା ପୋଲିସ

ଗାଡ଼ି କାଚ ଭାଙ୍ଗି ପଥରଟି ବିଡିଓଙ୍କ ଗୋଡରେ ବାଜିଥିଲା । ଡ୍ରାଇଭର ଗାଡିଟିକୁ ରଖିଦେବାରୁ ସାମ୍ଭାବ୍ୟ ଦୁର୍ଘଟଣାରୁ ଉଭୟ ବର୍ତ୍ତି ଯାଇଛନ୍ତି । ବିଡିଓ ଏନେଇ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି ।