ଭୁବନେଶ୍ବର ୭।୭: ସିମେଣ୍ଟ-ଷ୍ଟିଲ୍ ଦର ନିର୍ଦ୍ଧାରଣରେ ଚଳିବନି ମନମାନୀ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଚୂଡ଼ାନ୍ତ କରିବ ଦର । ନୂଆ ଏସ୍ଓପି ଜାରି କଲେ ରାଜ୍ୟ ସରକାର । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସିମେଣ୍ଟ ଓ ଷ୍ଟିଲ୍ ଦର ନିର୍ଦ୍ଧାରଣକୁ ନେଇ ଏଣିକି ଏକକ ବ୍ୟବସ୍ଥା ଲାଗୁ ହେବ ।

ଜିଲ୍ଲାଭିତ୍ତିକ ଭାବେ ସିମେଣ୍ଟ ଓ ଷ୍ଟିଲ୍ ଦର ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର- ଏସ୍ଓପି ଜାରି କରିଛନ୍ତି । ଏହି ବ୍ୟବସ୍ଥା ଲାଗୁ ହେଲେ ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ ହେବନାହିଁ ବୋଲି ଆଶା ରହିଛି । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ପଠାଯାଇଛି ।

Also Read:- ଘାଇ ନୁହେଁ ବଡ଼ ଡ୍ରେନ୍ ପାଣି ଅଟକାଇବାକୁ ହୋଇଥିବା ବନ୍ଧ ଉପର ଦେଇ ପାଣି ଯାଇଛି

ନୂଆ ବ୍ୟବସ୍ଥା ଅନୁଯାୟୀ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ ହେବ । ପ୍ରତିବର୍ଷ ଏପ୍ରିଲ, ଜୁଲାଇ, ଅକ୍ଟୋବର ଓ ଜାନୁଆରୀର ପ୍ରଥମ ଦିନ ସୁଦ୍ଧା ଚୂଡ଼ାନ୍ତ ଦର ଅପଲୋଡ୍ କରି ବିଭାଗକୁ ପଠାଇବାକୁ ପଡ଼ିବ । ନୂଆ ଏସ୍ଓପି କାର୍ଯ୍ୟକାରୀ ହେବା ସହ ସିମେଣ୍ଟ ଓ ଷ୍ଟିଲ୍ ଦର ନିର୍ଦ୍ଧାରଣ ସମ୍ପର୍କରେ ପୂର୍ବରୁ ଜାରି ହୋଇଥିବା ସମସ୍ତ ନିର୍ଦ୍ଦେଶକୁ ସରକାର ବାତିଲ କରିଛନ୍ତି ।