ଭଦ୍ରକ ୧।୫: ପାରିବାରିକ କଳହର କରୁଣ ପରିଣତି । ବାପା ଓ ପୁଅ ନିଜ ନିଜ ଭିତରେ ହଣାକଟା ହୋଇଛନ୍ତି । ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି ।
ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧିନ ସୁନା ଗଢିଆ ଗାଁରେ ଏଭଳି ଅଘଟଣ ଘଟିଛି ।
ସୂଚନାଯୋଗ୍ୟ ଯେ, ସୁନାଗଢିଆ ଗାଁର ମାଧବ ବାରିକ ଓ ତାଙ୍କ ପୁଅ ଶଙ୍କର୍ଷଣ ବାରିକ କୌଣସି କଥାକୁ ନେଇ ଝଗଡା ଲାଗିଥିଲେ । ପରେ ଦୁହେଁ ଦୁହିଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ପାଟି ଶୁଣି ଆସିବା ବେଳକୁ ପୁଅ ଶଙ୍କର୍ଷଣ ଓ ମାଧବଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ । ଘଟଣାସ୍ଥଳରେ ପୁଅ ଶଙ୍କର୍ଷଣ ବାରିକଙ୍କର ମୃତ୍ୟୁ ହୋଇଥିବା ବେଳେ ମାଧବଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।
You Can Read :
କାଉଡିଆ ନଦୀରେ ବୁଡି ଯୁବକ ନିଖୋଜ, ଦୀର୍ଘ ସମୟ ଧରି ଭିଡିଓ କଲ୍ରେ ହେଉଥିଲେ କଥା