ବିଜେପିର ମିଶ୍ରଣ ପର୍ବ, ଅନ୍ୟ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ ଶତାଧିକ କର୍ମୀ

Published By : Prameya-News7 Bureau | May 06, 2024 IST

ଭଦ୍ରକ ୦୫।୦୫ : ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ । ଭଦ୍ରକ ଜିଲ୍ଲା ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟରେ ଏହି ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାମିଲ ହୋଇ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ କରାଯାଇଛି ।  

ତେବେ ଏହି ମିଶ୍ରଣ ପର୍ବରେ ଭଦ୍ରକ ନିର୍ବାଚନ ମଣ୍ଡଳୀର ୨୦ ପଞ୍ଚାୟତ ଓ ବିଭିନ୍ନ ୱାର୍ଡ଼ରୁ ପ୍ରାୟ ୫ ଶହରୁ ଅଧିକ କର୍ମକର୍ତ୍ତା ବିଜେପିରେ ସାମିଲ ହୋଇଛନ୍ତି । ବିଜେଡ଼ି ଦଳ ଓ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପି ପରିବାରରେ ସାମିଲ ହୋଇଛନ୍ତି ଶତାଧିକ କର୍ମୀ ।  ଲକ୍ଷ ଲକ୍ଷ ଓଡ଼ିଶା ଓ ଭଦ୍ରକବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରା ହେବାକୁ ଯାଉଛି ବୋଲି ବିଜେପି କହିଛି । ଭଦ୍ରକ ବିଧାନସଭା ପାଇଁ ପ୍ରାର୍ଥି ହୋଇଥିବା ସୀତାଂଶୁ ଶେଖର ମହାପାତ୍ର ଓ ବରିଷ୍ଠ ନେତା ଡକ୍ଟର ପ୍ରଦୀପ ନାୟକ କହିଛନ୍ତି ଯେ ଦଳ ଏବେ ତୃଣମୂଳ ସ୍ଥଳରେ ସୁଦୃଢ଼ ହେଉଛି । ନିର୍ଵାଚନରେ ଏହି କର୍ମକର୍ତ୍ତାଙ୍କ ଉଦ୍ୟମ ଓ ପ୍ରଚେଷ୍ଟାରେ ବିଜେପି ବିଜୟୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.