୫୭ ବର୍ଷରେ ପାଦ ଥାପିଲେ ମାଧୁରୀ ଦୀକ୍ଷିତ, ସ୍ଵାମୀ ନେନେ ଫଟୋ ସେୟାର କରି ଲେଖିଲେ ଏମିତି…

Published By : Prameya-News7 Bureau | May 15, 2024 IST

ମୁମ୍ଵାଇ ୧୫।୦୫: ବଲିଉଡ୍‌ର ଧକ୍‌-ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ । ବର୍ତ୍ତମାନ ସେ ୫୭ ବର୍ଷ ବୟସରେ ପାଦ ଥାପିଛନ୍ତି । ଫ୍ୟାନ୍ସ ଏବଂ ପରିବାର ଲୋକ ଅଭିନେତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି ବିଶେଷ ଅବସରରେ ସ୍ଵାମୀ ଶ୍ରୀରାମ ନେନେ ପତ୍ନୀଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି। ସେ ତାଙ୍କ ଇନଷ୍ଟାଷ୍ଟୋରୀରେ ମାଧୁରୀଙ୍କର କିଛି ଅନସିନ୍‌ ଫଟୋ ଓ ଭିଡିଓ ସେୟାର କରିଛନ୍ତି।



ଏଥିରେ ମାଧୁରୀ ତାଙ୍କ ପ୍ୟାରେଣ୍ଟସ୍‌, ସ୍ଵାମୀ ଓ ପିଲାମାନଙ୍କ ସହ ନଜର ଆସିଛନ୍ତି। ବର୍ଥଡେ ସେଲିବ୍ରେସନର ଥ୍ରୋବ୍ୟାକ୍‌ ଫଟୋ ମଧ୍ୟ ସାମିଲ ଅଛନ୍ତି। ନେନେ ମଧ୍ୟରେ ସୁନ୍ଦର କ୍ୟାପସନରେ ଲେଖିଛନ୍ତି ସେହି ମହିଳାଙ୍କୁ ହାପି ବର୍ଥ ଡେ । ଯିଏ ପୁରା ଲାଇଫ୍‌ ଗ୍ରେସ୍‌, ଚାର୍ମ ଓ କିଲର ସ୍ମାଇଲ୍‌ ସହ ଡ୍ୟାନ୍ସ କରିଛନ୍ତି। ତୁମେ ଆମ ଜୀବନକୁ ଆଲୋକ ହିଁ ଆଲୋକ କରିଛ। ଏହାକୁ ଆମେ ଶବ୍ଦରେ ବର୍ଣ୍ଣନା କରିପାରିବୁ ନାହିଁ । ତୁମକୁ ଆମେ ବହୁତ ଅଧିକ ଭଲ ପାଉଛୁ।



ମାଧୁରୀ ଏବଂ ତାଙ୍କ ସ୍ଵାମୀ ନେନେଙ୍କ ଯୋଡିକୁ ସଭିଏଁ  ଖୁବ୍‌ ପସନ୍ଦ କରନ୍ତି। ମାଧୁରୀ ଡ୍ୟାନ୍ସ ଦିୱାନେ ଶୋ’ର ଜଜ୍ ଅଟନ୍ତି। ତାଙ୍କ ବର୍ଥଡେ ସ୍ପେଶାଲ ଏପିସୋଡ୍‌ରେ ନେନେ ମଧ୍ୟ ଶୋ’କୁ ଆସିଥିଲେ । ଯେଉଁଥିରେ ଦୁହେଁ କପଲ ଡ୍ୟାନ୍ସ କରିଥିଲେ । କହିବାକୁ ଗଲେ ଦୁହେଁ ୧୯୯୯ରେ ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ସାଉଥ୍‌ କାର୍ଲିଫୋର୍ଣ୍ଣିଆରେ ହୋଇଥିଲା । ତାଙ୍କ ସ୍ଵାମୀ ପେଶାରେ ଜଣେ ଡାକ୍ତର । ମାଧୁରୀ ମଧ୍ୟ ୯୦ ଦଶକେ ହାଇଏଷ୍ଟ ପେଡ୍‌ ଅଭିନେତ୍ରୀ । ସେ ତାଙ୍କ ଡ୍ୟାନ୍ସ, ବ୍ୟୁଟି, ଏକ୍ସପ୍ରେସନ, ଦମ୍‌ଦାର ଆକ୍ଟିଂ କାରଣରୁ ଲାଇମ୍‌ଲାଇଟ୍‌କୁ ଆସନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.