ପୁଅ ମାଡରେ ଲହୁଲୁହାଣ ନଗେଶ୍ବରଙ୍କୁ ଭେଟିଲା ପ୍ରଶାସନ, ୨୪ ଘଣ୍ଟାରେ ଥଇଥାନ ପ୍ରତିଶୃତି

Published By : Prameya-News7 Bureau | May 04, 2024 IST

ଭଦ୍ରକ୪/୫: ପୁଅ ମା଼ଡରେ ଗୁରୁତର ବୃଦ୍ଧ ନଗେଶ୍ବର ମଲ୍ଲିକଙ୍କୁ ମେଡିକାଲରେ ଭେଟି କଥା ହୋଇଛନ୍ତି ଭଦ୍ରକ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରିୟବ୍ରତ ନାୟକ । ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ୨୪ ଘଣ୍ଟା ଭିତରେ ଥଇଥାନର ପ୍ରତିଶୃତି ଦେଇଛନ୍ତି । ରାହାଞ୍ଜ ଗାଁର ନଗେଶ୍ବରଙ୍କୁ ପୁଅ ବିଭୁତି ଟଙ୍କା ପାଇଁ ବାରମ୍ବାର ମାଡ ମାରୁଥିଲା । ପୁଅର ମାଡ ଭୟରେ ଘର ଛାଡି ମେସ ନିକଟ ଏକ ଦୋକାନ ବାରଣ୍ଡାରେ ରହୁଥିଲେ ନଗେଶ୍ବର ।

ଦୋକାନ ମାଲିକ ସୁଶାନ୍ତ ଦାସ ତାଙ୍କୁ ଯାହା ଦେଉଥିଲେ ସେଥିରେ ପେଟ ପୁରାଇ ବାରଣ୍ଡାରେ ପଡିରହିଥିଲେ ନଗେଶ୍ବର । ତେବେ ପୁଅ ସେଠାକୁ ଆସି ମଧ୍ୟ ନଗେଶ୍ବରଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିଲା । ଗୁରୁତର ଅବସ୍ଥାରେ ନଗେଶ୍ବରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ସୁଶାନ୍ତ । ପୁଅ ଭୟରେ ନଗେଶ୍ବର ଥାନାରେ ଅଭିଯୋଗ କରିବାକୁ ମନା କରୁଥିବାବେଳେ ସୁଶାନ୍ତ ଥାନାରେ ସବୁ କଥା ଜଣାଇଥିଲେ । ପ୍ରଶାସନଠାରୁ ଆଶ୍ବାସନା ପାଇ ନଗେଶ୍ବରଙ୍କ ମୁହଁରେ ହସ ଫୁଟିଛି ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.