ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ, କହିଲେ- ମୁଁ ଲଢ଼ୁନାହିଁ, ଲଢ଼ୁଛନ୍ତି ସ୍ୱାଭିମାନୀ ଭଦ୍ରକବାସୀ

Published By : Prameya-News7 Bureau | May 09, 2024 IST

ଭଦ୍ରକ ୯।୫: ନାମାଙ୍କନର ତୃତୀୟ ଦିନରେ ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ଅସିତ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭଯାତ୍ରାରେ ବାହାରି ସହର ପରିକ୍ରମା ପରେ ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ସାଂସଦ ପ୍ରାର୍ଥୀ ଅନନ୍ତ ସେଠୀ ଓ ଅନ୍ୟ ବରିଷ୍ଠ ନେତା ମଧ୍ୟ ଶୋଭଯାତ୍ରାରେ ସାମିଲ ହୋଇଛନ୍ତି । ନାମାଙ୍କନ ପରେ କହିଛନ୍ତି ଯେ, ମୁଁ ନିର୍ବାଚନ ଲଢ଼ୁନାହିଁ, ନିର୍ବାଚନ ଲଢ଼ୁଛନ୍ତି ସ୍ୱାଭିମାନି ଭଦ୍ରକବାସୀ । ଲୋକେ ଏଥର ନିର୍ଣ୍ଣୟ କରିବେ । ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ପ୍ରଚାରକୁ ଆସି ନାହାନ୍ତି । ଅଳ୍ପ ଦିନ ପରେ ଯୁଗଳ ପଟ୍ଟନାୟକ ପୁଅ ପାଇଁ ପ୍ରଚାର କରିବେ ବୋଲି କହିଛନ୍ତି । ତାଙ୍କ ପରିବାର ପାଇଁ ହୋଇଥିବା ଅବିଚାର ବିରୋଧରେ ଏଥର ଭଦ୍ରକବାସୀ ଭୋଟ୍ ଦେବେ ବୋଲି କହିଛନ୍ତି ।

You Can Read :

କାର୍ ଭିତରୁ ବାପା, ମା' ଓ ଝିଅଙ୍କ ମୃତଦେହ ଉଦ୍ଧାର : ଋଣ ଓ ଅନଲାଇନ୍ ଗେମ୍‌ରେ ଟଙ୍କା ହାରିବା ପରେ ଚରମ ପଦକ୍ଷେପ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.