କୋର୍ଟରେ ଦ୍ବିତୀୟ ବିବାହ କରୁଥିଲା ପୁଅ, ଥାନାକୁ ଘୋଷାଡି ନେଲା ବାପା

Published By : Prameya-News7 Bureau | May 08, 2024 IST

ବାସୁଦେବପୁର ୮/୫: ବାପା ହେବ ତ ଏମିତି । ପୁଅର ଦ୍ବିତୀୟ ବିବାହକୁ ବନ୍ଦ କଲେ ବାପା । କୋର୍ଟରେ ବିବାହ ପାଇଁ ପୁଅ ପ୍ରସ୍ତୁତି ଚଳାଇଥିବାବେଳେ ବାପା କୋର୍ଟରେ ପହଞ୍ଚି ପୁଅକୁ ଟାଣି ଟାଣି ଆଣି ଥାନାର ଜିମା ଦେଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ଏଡତାଳ ଗାଁର ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଆଉ ଆଲୋଚନା। ପୁରା ଘଟଣା ଥିଲା କିଛି ଏମିତି । ଏଡତାଳ ଗାଁର ବିଷ୍ଣୁମୋହନ ଜେନାଙ୍କ ପୁଅ ଅଜୟ ୧୦ ବର୍ଷ ତଳେ ତୁଳସୀ ଜେନାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ପୁତ୍ର ସନ୍ତାନ ଅଛି । ତେବେ ଗୋଟିଏରେ ଅଜୟଙ୍କର ମନ ମାନିନଥିଲା । ସ୍ତ୍ରୀ ପୁଅ ଥାଉ ଥାଉ ଅଜୟଙ୍କର ଚାନ୍ଦିମାଳ ଅଞ୍ଚଳର ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ଗଢିଉଠିଥିଲା । 

ଏହି ଚୋରା ପୀରତି ଏତେ ଘନିଷ୍ଠ ହୋଇଯାଇଥିଲା ଯେ ପୁଅ ଓ ସ୍ତ୍ରୀକୁ ଛାଡି ସେହି ମହିଳାଙ୍କୁ ବିବାହ କରିବାକୁ ମନ ବଳାଇଥିଲେ ଅଜୟ । ଆଉ ସେଥିପାଇଁ ପ୍ରସ୍ତୁତି ଚଳାଇଥିଲେ । ତେବେ ପୁଅର ଦ୍ବିତୀୟ ବିବାହ ସଂପର୍କରେ ସୁରାକ ପାଇଯାଇଥିଲେ ବାପା ବିଷ୍ଣୁମୋହନ। ଆଉ କୋର୍ଟରେ ପହଞ୍ଚି ମ୍ୟାରେଜକୁ ଅଟକାଇବା ସହ ଅଜୟକୁ ରାସ୍ତାରେ ଟାଣି ଟାଣି ନେଇ ଥାନାର ଜିମା ଦେଇଥିଲେ । ଅଜୟଙ୍କ ସହ ସଂପୃକ୍ତ ମହିଳା ମଧ୍ୟ ଥାନାକୁ ଆସିଥିଲେ ।ପତ୍ନୀ ତୁଳସୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ଏ ସଂପର୍କରେ ଅଜୟ କିମ୍ବା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି । 


You Can Read: ମୁଖ୍ୟସ୍ରୋତରେ ସାମିଲ ହେଲେ ୯ ମାଓବାଦୀ, ପୋଲିସ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.