ମେରଠ: ପତ୍ନୀ ଓ ବାପାଙ୍କ ମଧ୍ୟରେ ଥିଲା ପାପ ସମ୍ପର୍କ। ସନ୍ଦେହରେ ଗୁଳିକରି ହତ୍ୟା କଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତର ପ୍ରଦେଶ ବୁଲନ୍ଦ ସହରରେ। ଅଭିଯୁକ୍ତ ମୋମିନ (୨୮) ନିଜ ବାପା ଏବଂ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଛି। ହତ୍ୟା ପଛର କାରଣ ହେଉଛି ମୋମିନ ସନ୍ଦେହ କରୁଥିଲେ ଯେ, ତାଙ୍କ ପତ୍ନୀ ଏବଂ ବାପାଙ୍କ ମଧ୍ୟରେ ଅବୈଧ ସମ୍ପକ ଥିଲା।

ପୋଲିସର ସୂଚନା ଅନୁସାରେ, କଲାନ୍ଦରଗଢ଼ି ଗାଁର ମୋମିନ ଖାନ ଅଲିଗଢ଼ରେ ଏକ ମେଡିକାଲ ଷ୍ଟୋର ଚଳାଉଥିଲେ। ତାଙ୍କ ବାପା ମହମ୍ମନ ରିୟାଜୁଦ୍ଦିନ (୫୦) ଜଣେ ପ୍ରପର୍ଟୀ ଡିଲର। ସେହିଭଳି ମୋମିନଙ୍କ ପତ୍ନୀ ସନା (୨୪) ଜଣେ ଗୃହିଣୀ। ମୋମିନ ଏବଂ ସନାଙ୍କ ବିବାହ ପ୍ରାୟ ବର୍ଷେ ତଳେ ବିବାହ ହୋଇଥିଲା। ଆଉ ସନା ପ୍ରାୟ ଦୁଇ ସପ୍ତାହ ତଳେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ମୋମିନଙ୍କୁ ଶିଶୁର ପିତୃତ୍ବ ନେଇ ସନ୍ଦେହ ଥିଲା। ଏସଏସପି ଦିନେଶ କୁମାର କହିଛନ୍ତି, ‘ମୋମିନଙ୍କୁ ଦୀର୍ଘ ଦିନରୁ ସନ୍ଦେହ କରୁଥିଲେ ଯେ, ତାଙ୍କ ପତ୍ନୀଙ୍କର ବାପାଙ୍କ ସହ ଅବୈଧ ସମ୍ପର୍କ ଥିଲା। ଏହାକୁ ନେଇ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା। ରବିବାର ମାମଲାର ସମାଧାନ ପାଇଁ ସନାଙ୍କ ପରିବାର ଲୋକେ ଘରକୁ ଆସିଥିଲେ। ହେଲେ ସେମାନେ ଯିବା ମାତ୍ରେ ମୋମିନ ଗୁଳି ଚଳାଇ ଦେଇଥିଲେ।’’

Also Read: ବାଇକ୍ ଦୁର୍ଘଟଣାରୁ ତୁମୁଳକାଣ୍ଡ , ବିଚ୍ ରାସ୍ତାରେ ବାପ- ପୁଅଙ୍କୁ ଛୁରୀ ମାରି ହତ୍ୟା

ପୋଲିସର କହିବା ଅନୁସାରେ, ରିୟାଜୁଦ୍ଦିନ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସନା ଏଥିରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ପୋଲିସ ମୋମିନକୁ ଗିରଫ କରାଯାଇଛି। ବିଏନଏସ ଧାରା ୧୦୩ (ହତ୍ୟା) ଧାରାରେ ମାମଲା ରୁଜୁ ହୋଇଛି। ସର୍କଲ ଅଫିସର ଶୋଭିତ କୁମାରଙ୍କ ସୂଚନା ଅନୁସାରେ, ମୋମିନଙ୍କୁ ଏକ ମୋବାଇଲ ଫୋନରେ ନିଜ ପତ୍ନୀ ଏବଂ ବାପାଙ୍କ ଅଶ୍ଲୀଳ ଚାଟ୍ ଏବଂ ଫଟୋ ମିଳିଥିଲା। ପଚାରଉଚରା ସମୟରେ ମୋମିନ କହିଛି ଯେ, ତାଙ୍କ ବାପା ଏବଂ ପତ୍ନୀଙ୍କ ମଧ୍ୟରେ ପ୍ରାୟ ୮ ମାସରୁ ସମ୍ପର୍କ ଥିଲା। ସେମାନଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ ମଧ୍ୟ। ସେ କହିଛନ୍ତି ଯ, ଅନେକ ଥର ଚେତାବନୀ ପରେ ବି ସମ୍ପର୍କ ରଖିଥିଲେ।’’