ମୁମ୍ଵାଇ ୧୬।୦୪; ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ। ବର୍ତ୍ତମାନ ସେ ତାଙ୍କ ନୂଆ ପ୍ରେମିକାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଧାୱନ ନିଶ୍ଚିତ କରିସାରିଛନ୍ତି ଯେ ସେ ସୋଫି ସାଇନଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ବର୍ତ୍ତମାନ ପ୍ରାୟତଃ ଏକାଠି ଦେଖିବାକୁ ମିଳୁଛି। ଏହି ସମୟରେ, ଧାୱନ ସୋଫିଙ୍କ ସହିତ ଶ୍ରୀ ବାଗେଶ୍ୱର ବାଲାଜୀ ସନାତନ ମଠ ମୁମ୍ବାଇରେ ପହଞ୍ଚି ବାଲାଜୀ ସରକାରଙ୍କ ଆଶୀର୍ବାଦ ନେଇଥିଲେ। ଧୀରେନ୍ଦ୍ର ଶାସ୍ତ୍ରୀ ପୂର୍ବତନ କ୍ରିକେଟରଙ୍କୁ ମଞ୍ଚକୁ ଡାକି କ୍ରିକେଟରେ ତାଙ୍କର ଅବଦାନ ଏବଂ ଅସହାୟ ପିଲାମାନଙ୍କୁ ସାହାଯ୍ୟ କରିବା ନେଇ ପ୍ରଶଂସା କରିଥିଲେ।
ଶିଖରଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ସୋଫି ମଧ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଧୀରେନ୍ଦ୍ର ଶାସ୍ତ୍ରୀ ଶିଖରଙ୍କୁ ଏକ ପଗଡ଼ି ପିନ୍ଧାଇ ସ୍ୱାଗତ କରିଥିଲେ। ଏହା ପରେ, ଶିଖର ସୋଫିଙ୍କ ସହ ଏଠାରେ ଥିବା ଶିବଲିଙ୍ଗର ମଧ୍ୟ ପୂଜା କରିଥିଲେ। ଏହା ପରେ ଶିଖର ଏବଂ ଧିରେନ୍ଦ୍ର ଶାସ୍ତ୍ରୀ ଏକାଠି କ୍ରିକେଟ୍ ଖେଳିଥିଲେ। ଧାୱନ ପ୍ରଥମେ ବ୍ୟାଟିଂ କରିଥିଲେ ଏବଂ ଗୋଟିଏ ବଲରେ ଧୀରେନ୍ଦ୍ର ଶାସ୍ତ୍ରୀ ଶିଖରଙ୍କୁ ବୋଲ୍ଡ କରିଥିଲେ। ଏହା ପରେ ଧୀରେନ୍ଦ୍ର ଶାସ୍ତ୍ରୀ ବ୍ୟାଟିଂ କରିଥିଲେ ଓ ଧାୱନଙ୍କ ବଲରେ ସୁନ୍ଦର ସଟ୍ ମାରିଥିଲେ। ସମସ୍ତେ ଏହି ମ୍ୟାଚକୁ ବହୁତ ଉପଭୋଗ କରିଥିଲେ।
Shikhar Dhawan with Acharya Dhirendra Krishna Shastri, Bageshwar Dham Sarkar.@SDhawan25 pic.twitter.com/6vu3UPqOaR
— Kisna.ramilaben 🐦 (@Kisna179) April 15, 2025
ଶିଖର ଧାୱନଙ୍କ ପ୍ରେମିକା ସୋଫି ସାଇନ୍ କିଏ?
ଶିଖର ଧାୱନ କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ ନଜର ଆସିଥିଲେ, ଯେତେବେଳେ ତାଙ୍କୁ ତାଙ୍କ ପ୍ରେମିକା ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେ ନାମ କହିବେ ନାହିଁ କିନ୍ତୁ ଏହି ରୁମରେ ବସିଥିବା ସବୁଠାରୁ ସୁନ୍ଦର ଝିଅ ହେଉଛି ମୋ ପ୍ରେମିକା। ସେହି ସମୟରେ ସୋଫି ସାଇନ୍ ସେଠାରେ ଥିଲେ। ଦୁହେଁ ପୂର୍ବରୁ ଅନେକ ଥର ଏକାଠି ଦେଖାଯାଇଛନ୍ତି। ଏବେ ଧାୱନ ତାଙ୍କ ଘରେ ତାଙ୍କ ସହିତ ଏକ ରିଲ୍ ମଧ୍ୟ କରି ସେୟାର କରିଛନ୍ତି।