ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲାରେ ୨୬ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଛି । ଆତଙ୍କବାଦୀଙ୍କ ଗୁଳିରେ ୧୭ଜଣ ଆହତ ହୋଇଛନ୍ତି । ତେବେ ଆତଙ୍କୀ ମାନେ ମାନବତ୍ବର ହତ୍ୟା କରୁଥିବା ବେଳେ ଏହି ସମୟରେ ଏକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ସାମ୍ନାକୁ ଆସିଥିଲା । ପର୍ଯ୍ୟଟକଙ୍କ ଉପରକୁ ଗୁଳିମାଡ଼ ବେଳେ ଜଣେ ଜିପ୍ ଲାଇନ୍ ଅପରେଟର ଖୁସିରେ ‘ଆହ୍ଲା ହୁ ଆକବର’ କହୁଥିଲେ । ଭିଡିଓ ଭାଇରାଲ୍ ହେବା ପରେ ଏନଆଇଏ ଟିମ୍ ଜିପ୍ ଅପରେଟର ମୁଜାମ୍ମିଲ୍ଙ୍କୁ ତଦନ୍ତ ପରିସର ଭିତରକୁ ନେଇଥିଲା । ପରେ ଯାଞ୍ଚ ଏଜେନ୍ସି ତାଙ୍କୁ ପଚରାଉଚରା କରି କ୍ଲିନ୍ ଚିଟ୍ ଦେଇଛି । ତେବେ ଏହି ଘଟଣାରେ ଅପରେଟରଙ୍କ ପିତା ଏବେ ସାମ୍ନାକୁ ଆସିଛନ୍ତି । ସେ ପୁଅ ପାଇଁ ସଫେଇ ଦେଇଛନ୍ତି । ସେ କହିଛନ୍ତି, ‘ମୁଁ ପୁଅର ଭିଡିଓ ଦେଖି ନାହିଁ । ଆମେ ମୁସଲିମ୍, ତୋଫାନ୍ ଆସୁ କିମ୍ବା ଅନ୍ୟ କିଛି, ଆମେ ଆହ୍ଲା ହୁ ଆକବର କହିଥାଉ’ ।
ନ୍ୟୁଜ ଏଜେନ୍ସି ପିଟିଆଇ ସହିତ କଥାବାର୍ତ୍ତା ସମୟରେ ଜିପଲାଇନ୍ ଅପରେଟର ମୁଜାମ୍ମିଲ୍ଙ୍କ ବାପା କହିଛନ୍ତି, ପୁଅକୁ ଆତଙ୍କବାଦୀ ହମଲା ବିଷୟରେ ପୂର୍ବରୁ କୌଣସି ସୂଚନା ନଥିଲା। ମୁଜାମ୍ମିଲ୍ ବୈସାରଣ ଘାଟିର ଜଣେ ଜିପଲାଇନ୍ ଅପରେଟର ଭାବେ କାର୍ଯ୍ୟକରନ୍ତି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଦିନ ବି ଜିପଲାଇନ୍ ଅପରେଟର ଭାବେ କାର୍ଯ୍ୟରତ ଥିଲେ ।
VIDEO | Anantnag: "I have not watched the video... We are Muslims, even if the storm comes we say 'Allahu Akbar'," says father of zipline operator Muzammil who was seen saying 'Allahu Akbar' in a video which was recorded during Pahalgam terror attack.
— Press Trust of India (@PTI_News) April 29, 2025
(Full video available on… pic.twitter.com/22uOZKFoj3
ହେଲେ ଗୁଜରାଟର ପର୍ଯ୍ୟଟକ ଋଷି ଭଟ୍ଟ ମୁଜାମ୍ମିଲଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ, ପର୍ଯ୍ୟଟକଙ୍କ ଉପରକୁ ଗୁଳିମାଡ଼ ହେବା ପୂର୍ବରୁ, ମୁଜାମ୍ମିଲ ତିନିଥର "ଆହ୍ଲା ହୁ ଆକବର" ଚିତ୍କାର କରିଥିଲେ। ତାଙ୍କ ପୂର୍ବରୁ ୯ଜଣ ଜିପ୍ ଲାଇନିଂ କରୁଥିଲେ, କିନ୍ତୁ ଅପରେଟର ପଦେ ବି କିଛି କହିନଥିଲେ । ସେ ଯେତେବେଳେ ସ୍ଲାଇଡ୍ କରୁଥିଲି, ମୁଜାମ୍ମିଲ୍ କହିଲେ "ଆହ୍ଲା ହୁ ଆକବର" ଏବଂ ତା'ପରେ ଗୁଳିଚାଳନା ଆରମ୍ଭ ହେଲା ବୋଲି ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ।