ଗ୍ରୀନ୍ ଷ୍ଟିକର ନୁହେଁ ପ୍ରଦୂଷଣ ସାର୍ଟିଫିକେଟ୍ ବାଧ୍ୟତାମୂଳକ ; ‘ଷ୍ଟିକର ନାହିଁ ତ ତେଲ ନାହିଁ’, ଏହା ଏକ ଦାୟିତ୍ଵ

NEWS7
ajith-kumar-nandamuri-balakrishna-and-shekhar-kapur-bagged-padma-awards-in-new-delhi-on-april-28

ଭୁବନେଶ୍ବର ୩।୧: ଗ୍ରୀନ୍ ଷ୍ଟିକର ନୁହେଁ ପ୍ରଦୂଷଣ ସାର୍ଟିଫିକେଟ୍ ବାଧ୍ୟତାମୂଳକ । ଷ୍ଟିକର ନାହିଁ ତ ତେଲ ନାହିଁ, ଏହା ଏକ ଦାୟିତ୍ଵ । ପେଟ୍ରୋଲ ପମ୍ପରେ ଚାହିଁଲେ ନିଜସ୍ଵ ଇଚ୍ଛାରେ ଏହା କରିପାରିବେ କିନ୍ତୁ ନିୟମ ଭିତରେ ରହି ବିଭାଗର ପେଟ୍ରୋଲ କିମ୍ବା ଫୁଏଲ ସହ କୌଣସି ସଂପୃକ୍ତି ନାହିଁ । କେବଳ ଲୋକଙ୍କୁ ଆକଟ ଓ ସତର୍କ କରାଇବାକୁ କୁହାଯାଇଛି । ଗାଡ଼ି ମାଲିକ ଓଡ଼ିଶା ବାହାରେ ଓ ଗାଡ଼ି ଓଡ଼ିଶାରେ ଥିଲେ ତାଙ୍କୁ ଅଥରାଇଜ ଲେଟର ଦେଇ ଷ୍ଟିକର ନେବେ । କିନ୍ତୁ କୌଣସି ସମସ୍ୟା ଥିଲେ ରିଭ୍ୟୁ ପରେ ବ୍ୟବସ୍ଥା କରାଯିବ ।

ଗ୍ରୀନ୍ ଷ୍ଟିକର ନୁହେଁ ପ୍ରଦୂଷଣ ସାର୍ଟିଫିକେଟ୍ ହେଉଛି ବାଧ୍ୟତାମୂଳକ । ଏଭଳି କହିଛନ୍ତି ପରିବହନ ବିଭାଗ ସଚିବ ଉଷା ପାଢ଼ୀ । ପରିବହନ ବିଭାଗ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଦୂଷଣ ସାର୍ଟିଫିକେଟ୍ ସମୟସୀମାକୁ ମଧ୍ୟ ବଢ଼ାଯାଇଛି । ଲୋକଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛୁ । ଗ୍ରୀନ୍ ଷ୍ଟିକର କେବଳ ପ୍ରଦୂଷଣ ପାଇଁ ନୁହେଁ ଗାଡ଼ି ଇଞ୍ଜିନ କ୍ଲଜ୍ ଆଦି ସୁରକ୍ଷିତ ଅଛି ସେ ବିଷୟରେ ମଧ୍ୟ ସୂଚନା ଦେଇଥାଏ । କିନ୍ତୁ ଏହି ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ । କିନ୍ତୁ ଏହାକୁ ଲଗାଇଲେ କେହି ଏନଫୋର୍ସମେଣ୍ଟ ଅଫିସର ଷ୍ଟିକର ଦେଖି ଜାଣିବେ ଆପଣଙ୍କୁ ଆଉ କେହି କିଛି ପଚାରିବେ ନାହିଁ । ଜାନୁଆରୀ ୧୦ ପରେ RTOରେ ମଧ୍ୟ ଏହି ଷ୍ଟିକର ମିଳିବ । ଗ୍ରୀନ ଷ୍ଟିକର ଯେକୌଣସି ସ୍ଥାନରୁ ନେଇପାରିବେ । ଟେଷ୍ଟିଂ ଏଜେନ୍ସୀ, RTO ସବୁ ସ୍ଥାନରେ ପାଇବେ । କୌଣସି ନିୟମରେ କୌଣସି ଅସୁବିଧା ହେଲେ ଏହାକୁ ମଧ୍ୟ ବିଚାର କରାଯିବ । ଗାଡ଼ି ମାଲିକ ଗାଡ଼ିର ଦାୟିତ୍ଵ ବହନ କରିବା କଥା ଯେହେତୁ ତାଙ୍କ ନାଁରେ ହିଁ କାଗଜ ରହିଛି । ସେଥିପାଇଁ ମାଲିକଙ୍କ ଅଥରାଇଜ ଲେଟର ତାଙ୍କ ଅନୁପସ୍ଥିତିରେ ଦେବାକୁ କହିଛୁ । କିନ୍ତୁ ଏଥିରେ ସମସ୍ୟା ହେଲେ ତାକୁ ମଧ୍ୟ ବିଚାରକୁ ନିଆଯିବ । ପେଟ୍ରୋଲ କିମ୍ବା ଫୁଏଲ ସହ ପରିବହନ ବିଭାଗର କୌଣସି ସମ୍ପର୍କ ନାହିଁ । କେବଳ ଲୋକଙ୍କୁ ଆକଟ ପାଇଁ ସତର୍କ ପାଇଁ ଏଭଳି କୁହାଯାଇଛି । ଯାହା ନିୟମ ଅଛି ସେହି ଅନୁସାରେ ସମସ୍ତେ ଯିବାର କଥା । କିନ୍ତୁ ପେଟ୍ରୋଲ ପମ୍ପ ନିଜସ୍ଵ ଇଚ୍ଛାରେ ନିୟମ ଭିତରେ ରହି ଲୋକଙ୍କୁ ସତର୍କ କରାଇବା ପାଇଁ ଏପରି କରିପାରିବେ ବୋଲି ପରିବହନ ସଚିବ କହିଛନ୍ତି ।