Kuldeep Yadav Marriage: ବିବାହ ବନ୍ଧନରେ ବାନ୍ଧି ହେଲେ କୁଲଦୀପ, ବଂଶିକାଙ୍କ ସହ ଆରମ୍ଭ କଲେ ନୂଆ ଇନିଂସ

NEWS7
veteran-malayalam-director-shaji-karun-dies-of-cancer-at-73

ଡେରାଡୁନ: ଭାରତର ଷ୍ଟାର କ୍ରିକେଟର କୁଲଦୀପ ଯାଦବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମାର୍ଚ୍ଚ ୧୪ ତାରିଖରେ ନିଜର ପିଲାଦିନର ବନ୍ଧୁ ବଂଶିକାଙ୍କୁ ବିବାହ କରି ନୂତନ ଇନିଂସ ଆରମ୍ଭ କରିଛନ୍ତି ବିଶ୍ଵକପ୍ ବିଜେତା ଦଳର ସଦସ୍ୟ କୁଲଦୀପ। ଉତ୍ତରାଖଣ୍ଡର ମସୁରୀର ସାଭୋଇ ହୋଟେଲରେ ବିବାହ ଉତ୍ସବ ଏବଂ ରୀତିନୀତି ଅନୁଷ୍ଠିତ ହୋଇଛି। ବିବାହରେ ପରିବାର ସଦସ୍ୟ, ନିକଟତମ ବନ୍ଧୁ ଏବଂ ଅନେକ ପ୍ରମୁଖ କ୍ରିକେଟ ବ୍ୟକ୍ତିତ୍ୱ ଯୋଗ ଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଛନ୍ତି।

 

ତିଲକ ବର୍ମାଙ୍କ ସହ ୟୁଜବେନ୍ଦ୍ର ଚହଲ ନାଚୁଥିବାର ଦୃଶ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ରିପୋର୍ଟ ଅନୁଯାୟୀ ବିରାଟ କୋହଲି, ପୀୟୁଷ ଚାୱଲା, ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ, ସୁନୀଲ ଗାଭାସ୍କର, ରିଙ୍କୁ ସିଂହ ଏବଂ ସୁରେଶ ରୈନା ମଧ୍ୟ କୁଲଦୀପଙ୍କ ବିବାହରେ ଯୋଗ ଦେଇଥିଲେ।

 

ୟୁଜବେନ୍ଦ୍ର ଚହଲ କହିଛନ୍ତି ଯେ ସେ ତାଙ୍କ ଭାଇ କୁଲଦୀପ ଯାଦବଙ୍କ ବିବାହରେ ବହୁତ ନାଚିବାକୁ ଏବଂ ଭଲ ସମୟ ବିତାଇବାକୁ ଚାହାଁନ୍ତି। ଏହି ସମୟରେ, ଷ୍ଟାର ବ୍ୟାଟର ତିଲକ ବର୍ମା କହିଛନ୍ତି ଯେ ସେ ପୁଣି କ୍ରିକେଟରେ ଧ୍ୟାନ ଦେବା ପୂର୍ବରୁ କୁଲଦୀପଙ୍କ ବିବାହରେ ବହୁତ ମଜା କରିବାକୁ ଚାହାନ୍ତି।

 

ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୧୭ ମାର୍ଚ୍ଚରେ ଲକ୍ଷ୍ନୌରେ ଏକ ଭବ୍ୟ ନୈଶ୍ୟ ଭୋଜିର ଆୟୋଜନ ହେବାକୁ ଯାଉଛି। ଏଥିରେ କ୍ରିକେଟ ବ୍ୟତୀତ ରାଜନୀତି ଏବଂ ବ୍ୟବସାୟ ଜଗତର ସେଲିବ୍ରିଟିମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି।