‘ଆମ ବସ୍’ ନେଇ ଉଚ୍ଚସ୍ତରୀୟ କମିଟି ଗଠନ, ଡ୍ରାଇଭରଙ୍କ ନିଯୁକ୍ତି ପ୍ରକ୍ରିୟା ହେବ କଡ଼ାକଡ଼ି

NEWS7
veteran-malayalam-director-shaji-karun-dies-of-cancer-at-73

ଭୁବନେଶ୍ବର ୪।୧: ସରିଲା ସମୀକ୍ଷା ବୈଠକ । ବୈଠକରେ ଅନେକ ଦିଗକୁ ନେଇ ହେଲା ଆଲୋଚନା । ୫ ଜଣିଆ କମିଟି ଗଠନ ହେଲା । ପ୍ରମୁଖ ସଚିବ ଉଷା ପାଢ଼ୀଙ୍କର ଅଧ୍ୟକ୍ଷତାରେ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ । ପରିବହନ କମିସନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ ଏହି କମିଟିରେ ରହିବେ । ପ୍ରତି ୧୫ ଦିନରେ ଥରେ ଏହି କମିଟି ବସି ଆମ ବସ୍ ଚଳାଚଳ ସମ୍ପର୍କରେ ସମୀକ୍ଷା କରିବେ ।

ଡ୍ରାଇଭରଙ୍କର ନିଯୁକ୍ତି ପ୍ରକ୍ରିୟା ଆହୁରି କଡା କଡି କରାଯିବ । ଡ୍ରାଇଭର ମାନଙ୍କୁ ନିଯୁକ୍ତି ପରେ ମଧ୍ୟ ସେମାନଙ୍କୁ ଆଚରଣ ଉଚ୍ଚାରଣ ସମ୍ପର୍କରେ ତାଲିମ ଦିଆଯିବ । ଏକ ମାସ ପର୍ଯ୍ୟନ୍ତ ପରିଚାଳନା ନେଇ ତୀକ୍ଷ୍ଣ ନଜର ରଖାଯିବ । ଶନିବାରର ଘଟଣା ଅତ୍ୟନ୍ତ ଦୁଖଃଦ ଘଟଣା, ଆଗାମୀ ଦିନରେ ଏହା କିପରି ନଘଟିବ ସେଥିପ୍ରତି ସମସ୍ତ ପ୍ରକାର ଦୃଷ୍ଟି ଦିଆଯିବ ବୋଲି ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି ।

ଶନିବାର ଘଟଣାର ତଦନ୍ତ ଚାଲିଛି, ତଦନ୍ତ ପରେ ଜଣା ପଡିବ ଭୁଲ କେଉଁଠି ରହିଲା । ପ୍ରତି ମାସରେ ଭଲ ଆଚରଣ ଉଚ୍ଚାରଣ କରୁଥିବା ଚାଳକ, କଣ୍ଡକ୍ଟର ମାନଙ୍କୁ ମିଳିବ ପ୍ରୋତ୍ସାହନ । ପ୍ରତିଦିନ ଚଳାଚଳ କରୁଥିବା ଆମ ବସର ଯାନ୍ତ୍ରିକ ବ୍ୟବସ୍ଥା ପ୍ରତ୍ୟକ ଦିନ ଯାଞ୍ଚ କରାଯିବ ।

୨୦୨୫ ମସିହା ଫେବ୍ରୁଆରୀରୁ ଡିସେମ୍ବର ଆମ ବସ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ୯୭ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସମୀକ୍ଷା ବୈଠକ ବସିଥିଲା ।