ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ, ହୁତ ହୁତ ହୋଇ ଜଳିଗଲା ସମ୍ପୂର୍ଣ୍ଣ ବସ୍

Published By : Prameya-News7 Bureau | April 26, 2024 IST

ଢେଙ୍କାନାଳ ୨୬।୪: ଚଳନ୍ତା ବସ୍‌ରେ ଘଟିଛି ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ହୁତ ହୁତ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । ୫୫ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସହର ଉପକଣ୍ଠ ଆନନ୍ଦ ମଗର ଠାରେ ଘଟିଛି ଏହି ଭୟଙ୍କର ଅଘଟଣ । ତେବେ ବସ୍‌ରେ ପ୍ରାୟ ୫୦ଜଣ ଯାତ୍ରୀ ଯାଉଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡର ସଠିକ୍ କାରଣ କ’ଣ ଜଣାପଡିନାହିଁ । 

ପ୍ରିୟଂଶୁ ନାମକ ଏହି ଯାତ୍ରୀବାହୀ ବସ୍ ତାଳଚେରରୁ କଟକ ଅଭିମୁଖେ ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଅଚାନକ ନିଆଁ ଲାଗିଯାଇଥିଲା । ଧୂଆଁ ଦେଖି ଡ୍ରାଇଭର ଗାଡିକୁ ତୁରନ୍ତ ଅଟକାଇ ଦେଇଥିଲା । ଫଳରେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇପଡିଥିଲେ । ନିଆଁ ଲାଗିବାର ସଠିକ୍ କାରଣ କ’ଣ ଜଣାପଡି ନଥିଲେ ମଧ୍ୟ ବସ୍ ତଳୁ ପ୍ରଥମେ ନିଆଁ ଲାଗିଥିଲା ବୋଲି କିଛି ଯାତ୍ରୀ ପ୍ରକାଶ କରିଛନ୍ତି । ଅତ୍ୟଧିକ ଖରା ଓ ଗରମ ଯୋଗୁଁ ବ୍ୟାଟେରୀରୁ ପ୍ରଥମେ ନିଆଁ ଲାଗି ଡିଜେଲ ଟ୍ୟାଙ୍କକୁ ନିଆଁ ଧରି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି ।

You Can Read :

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ସାଢେ ୧୧ଟା ସୁଦ୍ଧା ୪୦ ଟପିଲାଣି ତାପମାତ୍ରା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.