ଢେଙ୍କାନାଳରେ ଜରୁରୀ ଅବତରଣ କଲା ହେଲିକପ୍ଟର, ବଡ଼ବିଲରୁ ଯାଉଥିଲା ମୁମ୍ବାଇ

Published By : Prameya-News7 Bureau | May 02, 2024 IST

ଢେଙ୍କାନାଳ ୨।୫: ଢେଙ୍କାନାଳରେ ଜରୁରୀ ଅବତରଣ କଲା ହେଲିକପ୍ଟର । ଢେଙ୍କାନାଳର ମହିଷାପାଟ ପଲ୍ଲୀଶ୍ରୀ ପଡ଼ିଆରେ ଏକ ହେଲିକପ୍ଟରଟି ଅବତରଣ କରିଛି । ଏହା ଏକ ଘରୋଇ ହେଲିକପ୍ଟର ବୋଲି ଜଣାପଡିଛି । VT-JPL ନାମକ ଏହି ହେଲିକପ୍ଟରରେ ୫ ଜଣ ଲୋକ ରହିଥିଲେ । ହେଲିକପ୍ଟରଟି କାହିଁକି ଅବତରଣ କରିଛି ତାହା ଜଣାପଡିନଥିବା ବେଳେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । 

ତେବେ ଏହି ହେଲିକପ୍ଟରରେ ୫ ଜଣ ଥିଲେ ବୋଲି ଘଟଣାସ୍ଥଳରେ ଯାଞ୍ଚ କରୁଥିବା ଢେଙ୍କାନାଳ ଫ୍ଲାଇଂ ସ୍କ୍ୱାଡ୍‌ର ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ ଶିବରାଜ ସେଠୀ ପ୍ରକାଶ କରିଛନ୍ତି । ବଡ଼ବିଲରୁ ଭୁବନେଶ୍ୱର ଦେଇ ମୁମ୍ବାଇ ଯାଉଥିଲା ଏହି ହେଲିକପ୍ଟର । କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲେ ମଧ୍ୟ  ଫୁଏଲ  ସରି ଯାଇଥିବା କାରଣରୁ  ଅବତରଣ କରିଥିବା ଜଣାପଡିଛି ।  ତେବେ ଭୁବନେଶ୍ୱରରୁ ଫୁଏଲ ଆସିବା ପରେ  ସାଢ଼େ ୧୦ଟା ରେ ଏହି ହେଲିକପ୍ଟରଟି ପୁଣି ଉଡାଣ ଆରମ୍ଭ କରିଥିବା ଜଣାପଡ଼ିଛି । 

You Can Read :

ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଣ୍ଟାବାଞ୍ଜି ବିଧାନସଭା ଆସନରୁ ହୋଇଛନ୍ତି ପ୍ରାର୍ଥୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.