ପୋଲ ତଳକୁ ଖସିଲା ବାଲି ବୋଝେଇ ଟିପ୍ପର, ତଳେ ଚାପି ହୋଇ ରହିଛି ନାବାଳକ

Published By : Prameya-News7 Bureau | April 30, 2024 IST

ଢେଙ୍କାନାଳ ୩୦/୪:୨୫ ଫୁଟ ତଳକୁ ଖସିଲା ବାଲି ବୋଝେଇ ଟିପ୍ପର । ଟିପ୍ପର ତଳେ ଫସିଛି ୧୪ ବର୍ଷ ନାବାଳକର ଜୀବନ  । ଢେଙ୍କାନାଳ ଗନ୍ଦିଆ ସନ୍ଥପୁର ନିକଟରେ ଅଭାବନୀୟ ଘଟଣା ଘଟିଛି । ସନ୍ଥପୁର-ବିଜୁରିଆ ରାସ୍ତା ଡଉଁରୀ ନାଳ ପୋଳ ତଳକୁ ଟିପ୍ପର ଖସିପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭ ବେହେରା ଚାପି ହୋଇ ରହିଛି । ଶୁଭ କିଛି ସାଙ୍ଗଙ୍କ ସହ ପୋଲ ଉପରେ ଠିଆ ହୋଇଥିଲେ । 

ବାଲି ବୋଝେଇ ଟିପ୍ପର ଦ୍ରୁତ ବେଗରେ ଆସି ଭାରସାମ୍ୟ ହରାଇ ଶୁଭକୁ ଧକ୍କା ଦେବା ସହ ପୋଲ ତଳକୁ ଖସିପଡିଥିଲା । ଶୁଭ ମଧ୍ୟ ପୋଲ ତଳକୁ ଖସିପଡିଥିବାବେଳେ ଉପରେ ଟିପ୍ପରଟି ପଡିଛି । ଖବର ପ୍ରଚାରିତ ହେବା ମାତ୍ରେ ଘଟଣାସ୍ତଳରେ ଲୋକଙ୍କ ଭିଡ ଲାଗିଛି । ଅଗ୍ନିଶମବାହିନୀ ପହଞ୍ଚି ଶୁଭଙ୍କୁ ଟିପ୍ପର ତଳୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି । ଜେସିବି ସହାୟତାରେ ଗାଁ ଲୋକ ମିଶି ଉଦ୍ଧାର କାମରେ ଲାଗିଛନ୍ତି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.