IPL 2024 : ବାଙ୍ଗାଲୋରରେ ହେବ ରନ୍‌ ବର୍ଷା, ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ଏବଂ ଗୁଜରାଟ ଟାଇଟନ୍ସ

Published By : Prameya-News7 Bureau | May 04, 2024 IST

ବାଙ୍ଗାଲୋର ୦୪।୦୫: ଆଇପିଏଲ୍‌ ୨୦୨୪ ।ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଚଳିତ ସିଜିନ୍‌ର ୫୨ ତମ ମ୍ୟାଚ୍‌ । ଆଉ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର  ଏବଂ ଗୁଜରାଟ ଟାଇଟାନ୍ସ । ରାତି ୭ଟା ୩୦ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ୍‌ ।

ବର୍ତ୍ତମାନ ଯାଏଁ ବାଙ୍ଗାଲୋର ଟିମ୍‌ ୧୦ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରେ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୧୦ମ ସ୍ଥାନରେ ରହିଛି । ଚଳିତ ସିଜିନ୍‌ ବାଙ୍ଗାଲୋର ଟିମ୍‌ ପାଇଁ ଏତେ ଭଲ ନାହିଁ । ଦଳରେ ଦକ୍ଷ ଦକ୍ଷ ବ୍ୟାଟର ଥିବା ବେଳେ ବୋଲିଂ ୟୁନିଟ୍‌ ପୁରା ଦୁର୍ବଳ ରହିଛି । ଯାହାର ଫାଇଦା ବିରୋଧୀ ଟିମ୍‌ ନେଇଛନ୍ତି । ଦଳ ଏକପ୍ରକାର ପ୍ଲେ-ଅପ୍‌ ରେସ୍‌ରୁ ବିଦା ହୋଇସାରିଲେଣି । ତେଣୁ ବାକି ଥିବା ମ୍ୟାଚ୍‌ରେ ବିଜୟୀ ସହ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି । 

ସେହିପରି ଗୁଜରାଟ ଟାଇଟନ୍ସ ପାଇଁ ଚଳିତ ସିଜିନ୍‌ ମଧ୍ୟ ସେତେଟା ଭଲ ନାହିଁ । ଦଳ ଏବେ ଯାଏଂ ୧୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୮ମ ସ୍ଥାନରେ ରହିଛି । ଦଳ ନୂଆ କ୍ୟାପଟେନ୍‌ ସହ ନୂଆ ସିଜିନ୍ ଆରମ୍ଭ କରିଥିଲା । ପ୍ରଥମ କିଛିଟା ମ୍ୟାଚ୍‌ ଦଳ ଭଲ ପ୍ରଦର୍ଶନ କରିଥିବା ବେଳେ ଶେଷ ଆଡକୁ ପ୍ରଦର୍ଶନରେ ଅବନତି ଘଟିଥିଲା । ଯାହାକ ଦଳ ପାଇଁ ଟେନ୍‌ସନ ଥିଲା । ତେଣୁ ସିଜିନ୍‌ରେ ବାକି ଥିବା ମ୍ୟାଚ୍‌ ଜିତି ଦଳ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଟାର୍ଗେଟ କରିଛି । 

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯାଏଁ ରାଜସ୍ଥାନ ରୟାଲ୍ସ ୧୦ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ପ୍ରଥମ ସ୍ଥାନରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ୧୦ଟି ମ୍ୟାଚ୍‌ ଖେଳି ୭ଟିରେ ବିଜୟୀ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ଟିମ୍‌ ୧୦ଟି ମ୍ୟାଚ୍‌ ଖେଳି ୬ଟିରେ ବିଜୟୀ ହୋଇଛି । ମୋଟ ୧୨ ଅଙ୍କ ସହ ତୃତୀୟ ସ୍ଥାନରେ ରହିଛି । ଏହାପଛକୁ ରହିଛି ସନରାଇଡର୍ସ ହାଇଦ୍ରାବାଦ ଟିମ୍‌ । ଦଳ ୧୦ଟି ମ୍ୟାଚ୍‌ ଖେଳି ୬ଟିରେ ବିଜୟୀ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୪ର୍ଥ ସ୍ଥାନରେ ରହିଛି । 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.