IPL 2024 : ଚିନ୍ନାସ୍ୱାମୀରେ ବାଙ୍ଗାଲୋର-ଚେନ୍ନାଇ ଫାଇଟ୍‌, ପ୍ଲେ-ଅଫ ପାଇଁ ବିଜୟୀ ଜରୁରୀ

Published By : Prameya-News7 Bureau | May 18, 2024 IST

ମୁମ୍ବାଇ ୧୪।୦୫ :  ଆଇପିଏଲ୍‌ ୨୦୨୪ । ଶନିବାର ଖେଳାଯିବା ହାଇଭୋଲଟେଜ୍‌ ମୁକାବିଲା । ଆଉ ମୁହାଁମୁହିଁ ହେବେ ଦୁଇ ଟପ୍‌ ଟିମ୍‌ । ବାଙ୍ଗାଲୋରରେ ଏମ୍‌ ଚିନାସ୍ୱାମୀ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ମ୍ୟାଚ୍‌ । ରାତି ୭ଟା ୩୦ ମିନିଟ୍‌ରେ ହେବ ଏହି ଫାଇଟ୍‌ । ଯିଏ ଜିତିବ , ସିଏ ପାଇବ ପ୍ଲେ-ଅଫ୍‌ର ଟିକେଟ୍‌ । ଆଉ ୪ର୍ଥ ଟିମ୍‌ ଭାବେ ପ୍ଲେ-ଅଫରେ କରିବେ ଏଣ୍ଟ୍ରି । 

ଚେନ୍ନାଇ ସୁପର କିଙ୍ଗସ୍‌ ବର୍ତ୍ତମାନ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲର ୪ର୍ଥ ପୋଜିସନ୍‌ରେ ରହିଛି । ତେଣୁ ଦଳକୁ ପ୍ଲେ-ଅଫ ପାଇଁ କ୍ୱାଲିଫାଇ କରିବାକୁ ହେଲେ, ଆଜିର ମ୍ୟାଚ୍‌ରେ ବିଜୟୀ ଜରୁରୀ । ତେଣୁ ଦେଖାଯାଉ ରୁତୁ ବାହିନୀ ଆଜିର ମ୍ୟାଚ୍‌ ଲାଗି କିପରି କରୁଛନ୍ତି ରଣନୀତି । 

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ ମଧ୍ୟ ପ୍ଲେ-ଅଫ୍‌ ରେସ୍‌ରେ ନିଜକୁ ଜୀବିତ ରଖିଛି । ଦଳ ଶେଷ ୫ଟି ମ୍ୟାଚ୍‌ ଜିତି ବାକି ସମସ୍ତ ଟିମ୍‌କୁ ପଛରେ ପକାଇଛି । ତେବେ ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୬ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୭ମ ସ୍ଥାନରେ ରହିଛି । ତେବେ ଦଳ ପ୍ଲେ-ଅଫ ଟିକେଟ୍‌ ପାଇବାକୁ ହେଲେ ଆଜିର ମ୍ୟାଚ୍‌କୁ ୧୮ ଓଭର ପୂର୍ବରୁ ଖେଳ ଶେଷ କରିବାକୁ ପଡିବ । 

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ୩ୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି। ଦଳ ପାଖରେ ଏବେ ୧୫ ପଏଣ୍ଟ ରହିଛି । ଏହାପରେ ଚତୁର୍ଥ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.