ଗୁଜରାଟ ଠାରୁ ୧୮ ରନ୍‌ରେ ହାରିଲା ମୁମ୍ବାଇ

Published By : Prameya-News7 Bureau | May 18, 2024 IST

IPL X

ମୁମ୍ବାଇ: ଘରୋଇ ମଇଦାନରେ ମ୍ୟାଚ୍ ହାରିଲା ମୁମ୍ବାଇ। ଗୁଜରାଟର ୨୧୫ ରନ୍ ଟାର୍ଗେଟ୍‌କୁ ପିଛା କରି ଦଳ ମାତ୍ର ୧୯୬ ରନ୍ କରିପାରିଛି। ଫଳରେ ମୁମ୍ବାଇ ଗୁଜରାଟ ଠାରୁ ୧୮ ରନ୍‌ରେ ପରାସ୍ତ ହୋଇଛି। 

ଦଳ ପକ୍ଷରୁ କେବଳ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ୩୮ ବଲ୍‌ରେ ୬୮ ରନ୍ କରିଥିଲେ। ସେହିପରି ଶେଷ ବେଳକୁ ବ୍ୟାଟିଂ ଆସି ନମନ ଧୀର ୬୨ ରନ୍ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ୍ ୨୩ ରନ୍ କରିଥିଲେ। ବାକି କୌଣସି ବ୍ୟାଟର ଆଖି ଦୃଶିଆ ରନ୍ କରିପାରି ନଥିଲେ।

ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ଡିୱାଲ୍ଡ ବ୍ରେଭିସ୍ ଓପନିଂ ଆସି ଭଲ ଆରମ୍ଭ ଦେଇଥିଲେ। ଦୁହେଁ ମିଶି ୮.୪ ଓଭର  ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳର ସ୍କୋରର ୮୮ ରନ୍ କରିଥିଲେ। ଏହାପରେ ନବମ ଓଭରରେ ଡିୱାଲ୍ଡ ବ୍ରେଭିସ୍ଙ୍କ ୱିକେଟ୍ ଯାଇଥିଲା। ସୂର୍ଯ୍ୟକୁମାର ଯାଦବ(୦) ଆଉଟ୍‌ ହେବା ଦଳକୁ ଭାରି ପଡ଼ିଥିଲା। ଏହାପରେ ରବି ବିଷ୍ଣୋଇଙ୍କ ବଲ୍‌ରେ ରୋହିତଙ୍କ ୱିକେଟ୍ ଯିବା ପରେ ମୁମ୍ବାଇର ଜିତିବା ଆଶା ମଉଳି ଯାଇଥିଲା।  

ସବୁଥର ପରି ଏଥର ବି କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ବଡ଼ ସଟ ମାରିବାରେ ବିଫଳ ହୋଇଥିଲେ। ସେ ୧୩ ବଲ୍‌ରେ ମାତ୍ର ୧୬ ରନ୍ କରି ଆଉଟ ହୋଇଥିଲେ। ଏହାପରେ ଇଶାନ କିଶନ ଓ ନମନ ଧୀର ଦୁହେଁ ରନ୍ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ଇଶାନ କିଶନ ସ୍ଲୋ ବ୍ୟାଟିଂ କରୁଥିବା ବେଳେ ନମନ ଦ୍ରୁତ  ଗତିରେ ରନ୍ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ନମନ ବ୍ୟାଟିଂ ଜାରି ରଖିଥିବା ବେଳେ ଶେଷ ଓଭର ତୃତୀୟ ବଲ୍‌ରେ ଇଶାନ କିଶନ(୧୪ )ଙ୍କ ୱିକେଟ୍ ଯାଇଥିଲା। ଏହାପରେ  ବ୍ୟାଟିଂ କରିବାକୁ ଆସିଥିଲେ ରୋମାରିଓ ଶେଫର୍ଡ। ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ନମନ ଧୀର ଜବରଦସ୍ତ ପ୍ରଦର୍ଶନ କରି ୨୮ ବଲ୍‌ରେ ୬୨ ରନ୍ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୬ ରନ୍ କରିପାରିଥିଲା। 

ଅନ୍ୟପଟେ ମୁମ୍ବାଇ ପକ୍ଷରୁ ରବି ବିଷ୍ଣୋଇ ଓ ନବୀନ ଉଲ ହକ୍ ୨ଟି ଲେଖାଏ ୱିକେଟ୍ ନେଇଥିବା ବେଳେ କୃଣାଲ ପାଣ୍ଡ୍ୟା, ମୋଶିନ ଖାନ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ଅନ୍ୟା କୌଣସି ବୋଲରଙ୍କୁ ସଫଳତା ମିଳି ନଥିଲା। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.