ଗୌତମ ଗମ୍ଭୀର ହେବେ କି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ? ବିସିସିଆଇ ଯୋଗାଯୋଗ କରିଥିବା ଚର୍ଚ୍ଚା

Published By : Prameya-News7 Bureau | May 17, 2024 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଟିମର ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ହେଡ୍ କୋଚ୍ କରିବା ଉପରେ ବିଚାର କରୁଛି । ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଟି-୨୦ ବିଶ୍ୱକପ୍ ୨୦୨୪ ପରେ ଶେଷ ହେବ । ସେ ୨୦୨୧ ନଭେମ୍ୱରରୁ ଭାରତୀୟ ଟିମର ମୁଖ୍ୟ କୋଚ୍ ଅଛନ୍ତି । କୁହାଯାଉଛି ଯେ ଦ୍ରାବିଡ଼ ପୁଣି ଥରେ ପଦ ସମ୍ଭାଳିବାକୁ ଚାହୁଁନାହାନ୍ତି । ଏଭଳି ସ୍ଥିତିରେ ବିସିସିଆଇ ନୂଆ ମୁଖ୍ୟ କୋଚ୍ ସନ୍ଧାନ କରୁଛି । ୪୨ ବର୍ଷୀୟ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ମେଣ୍ଟର ଅଛନ୍ତି । କେକେଆର ଆଇପିଏଲ ୨୦୨୪ର ପ୍ଲେଅଫରେ ଏଣ୍ଟ୍ରି କରିବାରେ ପ୍ରଥମ ଟିମ୍ ଅଛି ।

ଇଏସପିଏନ କ୍ରିକନଫୋର ରିପୋର୍ଟ ଅନୁସାରେ, ବିସିସିଆଇ ହେଡ୍ କୋଚର ଦାୟିତ୍ୱ ସମ୍ଭାଳିବା ପାଇଁ ଗମ୍ଭୀରଙ୍କ ସହ ଯୋଗାଯୋଗ କରିଛି । କେକେଆରର ଆଇପିଏଲରେ ଅଭିଯାନ ପୂରା ହେବା ପରେ ଆଲୋଚନାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନିଆଯିବ ବୋଲି ଅନୁମାନ କରାଯାଉଛି । ଆଇପିଏଲ ଫାଇନାଲ ମେ ୨୬ରେ ଖେଳାଯିବ ଅନ୍ୟପଟେ ହେଡ୍ କୋଚ୍ ପାଇଁ ଇଚ୍ଛୁକ ପ୍ରାର୍ଥୀ ମେ ୨୭ରୁ ଆବେଦନ କରିପାରିବେ । ନୂଆ କୋଚ୍ ୨୦୨୪ ଜୁଲାଇ ୧ରୁ ୨୦୨୭ ଡିସେମ୍ୱର ୩୧ ଯାଏ ଦାୟିତ୍ୱ ସମ୍ଭାଳିବେ ।

ପଢନ୍ତୁ: ଟି-୨୦ ବିଶ୍ୱକପ ୨୦୨୪: ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବା ପ୍ରସ୍ତାବକୁ ମନା କଲା ଟିମ୍ ଇଣ୍ଡିଆ, ଜାଣନ୍ତୁ କାରଣ

ଭାରତୀୟ ଟିମର ହେଡ୍ କୋଚ୍ ଭାରତୀୟ ହେବ ନାଁ ବିଦେଶୀ ? ବିସିସିଆଇ ସ୍ପଷ୍ଟ ରୂପେ ଏହା ଉପରେ କିଛି ନାହିଁ । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଏବଂ କୋଚ୍ ଜଷ୍ଟିନ୍ ଲାଙ୍ଗର ମଧ୍ୟ ରାହୁଲ ଦ୍ରାବିଡ଼ଙ୍କୁ ରିପ୍ଲେସ୍ କରିବା ପାଇଁ ଇଚ୍ଛା ପ୍ରକାଶ କରି ସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗୌତମ ଗମ୍ଭୀରଙ୍କ ପାଖରେ ଅନ୍ତରାଷ୍ଟ୍ରୀୟ କିମ୍ୱା ଘରୋଇ ସ୍ତରରେ କୋଚିଂର କୌଣସି ଅନୁଭବ ନାହିଁ । କିନ୍ତୁ ସେ ଆଇପିଏଲ ଫ୍ରାଞ୍ଚାଇଜିରେ କୋଚିଂ ଷ୍ଟାଫର ପ୍ରଭାରୀ ରହିଛନ୍ତି ।

  • IPL
  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.