ନୂଆଦିଲ୍ଲୀ: ଭାରତୀୟ ଟି-୨୦ ଟିମ୍ର ଓପନର୍ସ ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ଆୟର୍ଲାଣ୍ଡା ବିପକ୍ଷ ଦ୍ୱିତୀୟ ଟି-୨୦ ଇଣ୍ଟରନ୍ୟାସନାଲରେ ଖାତା ଖୋଲି ପାରି ନ ଥିଲେ । କେବଳ ଏତିକି ନୁହେଁ ଦୁଇ ଖେଳାଳି ଗୋଲ୍ଡେନ୍ ଡକ୍ରେ ପାଭେଲିୟନ୍ ଫେରିଥିଲେ । ଏହି କାରଣରୁ ଏବେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଶୀର୍ଷ ୧୦ ଭାରତୀୟ ଖେଳାଳିଙ୍କ ଲିଷ୍ଟରେ ଦୁଇ ଜଣ ଟପ୍ ୩ରେ ପହଞ୍ଚିଛନ୍ତି । ପୂର୍ବତନ ଅଧିନାୟକ ହିଟ୍ମ୍ୟାନ୍ ରୋହିତ୍ ଶର୍ମା ଏହି ମାମଲାରେ ଏକ ନମ୍ୱର ସ୍ଥାନରେ ଅଛନ୍ତି ।

ଟି-୨୦ ଇଣ୍ଟରନ୍ୟାସନାଲରେ ସବୁଠୁ ଅଧିକ ଥର ଗୋଲ୍ଡେନ ଡକ୍ରେ ଆଉଟ୍ ହୋଇଥିବା ଭାରତୀୟ ଖେଳାଳିଙ୍କ ତାଲିକାରେ ସଞ୍ଜୁ ଏବଂ ଅଭିଷେକ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ମାମଲାରେ ମଧ୍ୟ ରୋହିତ ଶର୍ମା ସର୍ବାଧିକ ୫ ଟି-୨୦ ଇଣ୍ଟରନ୍ୟାସନାଲରେ ଗୋଲ୍ଡେନ୍ ଡକ୍ ସହ ଶୀର୍ଷରେ ଅଛନ୍ତି । ଅଭିଷେକ ଏବଂ ସଞ୍ଜୁଙ୍କ ଏହା ଚତୁର୍ଥ ଗୋଲ୍ଡେନ୍ ଡକ୍ ଥିଲା ।

ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଥିବା ଭାରତୀୟ ଖେଳାଳି

ରୋହିତ୍ ଶର୍ମା ୧୨

ସଞ୍ଜୁ ସାମସନ୍ ୦୮

ଅଭିଷେକ ଶର୍ମା ୦୭

ସୂର୍ଯ୍ୟକୁମାର ଯାଦବ ୦୭

ବିରାଟ କୋହଲି ୦୭

ଅର୍ଶଦୀପ ସିଂହ ୦୫

କେଏଲ୍ ରାହୁଲ ୦୫

ବରୁଣ ଚକ୍ରବର୍ତ୍ତୀ ୦୪

ଯଶପ୍ରୀତ ବୁମରା ୦୪

ୱାଶିଂଟନ ସୁନ୍ଦର ୦୪

ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଗୋଲ୍ଡେନ ଡକ୍ ହୋଇଥିବା ଭାରତୀୟ

ରୋହିତ୍ ଶର୍ମା ୫

ଅକ୍ଷର ପଟେଲ ୪

ଅଭିଷେକ ଶର୍ମା ୪

ସଞ୍ଜୁ ସାମସନ ୪