ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ନେଇ ଚାଲିଥିବା ରାଜନୈତିକ ଟଣାଓଟରାରେ ଋତବ୍ରତ ବାନାର୍ଜୀଙ୍କ ଡେମୋକ୍ରାଟିକ୍ ତୃଣ ମୂଳ କଂଗ୍ରେସ (ଡିଟିଏମସି) ଇଣ୍ଡିଆ ମେଣ୍ଟରେ ଯୋଗ ଦେବାକୁ ଇଛା ବ୍ୟକ୍ତ କରିଛି, ହେଲେ ଏକ ସର୍ତ୍ତ ରଖିଛି। ମେଣ୍ଟରୁ ମମତା ବାନାର୍ଜୀଙ୍କୁ ହଟାଯିବା ଆବଶ୍ୟକ ବୋଲି କହିଛି। ଡିଟିଏମସି ମୁଖ୍ୟ ସଚେତକ ମହମ୍ମଦ ଅଖ୍ରୁଜ୍ଜମାନ କଂଗ୍ରେସର ବରିଷ୍ଠ ନେତା ମଲ୍ଲିାକର୍ଜୁନ ଖଡଗେ ଓ ସୋନିଆ ଗାନ୍ଧିଙ୍କ ସହ ସମ୍ପର୍କ କରି ମମତା ବାନାର୍ଜୀଙ୍କୁ ମେଣ୍ଟରୁ ବାହାର କରିବା ଲାଗି ବିଚାର କରିବାକୁ ଆଗ୍ରହ କରିଛନ୍ତି, କହିଛନ୍ତି ପଶ୍ଚିମବଙ୍ଗ ନେତ୍ରୀଙ୍କ କାମ କରିବାର ଶୈଳୀ ଏପରି ଯେପରି ବିଜେପିକୁ ଲାଭ ହେବ ବୋଲି ଆରୋପ ଲଗାଇଛନ୍ତି।

ଅଖ୍ରୁଜ୍ଜମାନ କହିଛନ୍ତି ଯେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିଜେପି ‘ବି-ଟିମ୍’ ଭାବେ କାମ କରିଛି। ସେ ଦାବିର ସହ କହିଛନ୍ତି ଯେ ପାର୍ଟି ଅନେକ ଅବସରରେ ଗୁରୁତ୍ୱପୂର୍ଣ୍ଣ ଭୋଟିଂରେ ଅନୁପସ୍ଥିତ ରହି ଅଥବା ୱାକ-ଆଉଟ୍ କରି ସଂସଦରେ ଶାସକ ଦଳଙ୍କୁ ସହାୟତା କରିଛି। ସେ ଟିଏମସି ଉପରେ ୨୦୨୪ ବିରୋଧୀ ଏକତା ଦୁର୍ବଳ କରିବାର ମଧ୍ୟ ଆରୋପ ଲଗାଇଛନ୍ତି। ଅଖ୍ରୁଜ୍ଜମାନଙ୍କ ଅନୁସାରେ ମମତା ବାନାର୍ଜୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ଲାଗି ରୋକିଥିଲେ ଓ ନିର୍ବାଚନ ପ୍ରଚାର କାଳରେ ତାଙ୍କ ଉପରେ ଆକ୍ରମଣ କରାଇଥିଲେ।

ଅଖ୍ରୁଜ୍ଜମାନ କହିଛନ୍ତି ଯେବେବି ବିଜେପି ବିରୋଧରେ ଲଢେଇ ବଢେ, ସେତେବେଳେ ମମତା ମେଣ୍ଟରୁ ଅଲଗା ହୋଇ ଯାଆନ୍ତି। ତେବେ ରାଜ୍ୟରେ ଭୋଟରମାନେ ଟିଏମସିର ‘ଦୋହରା ଆଚରଣ’କୁ ବୁଝି ଗଲେ ଓ ବିଧାନସଭା ନିର୍ବାଚନରେ ଶାସନରୁ ଦୂରେଇ ଦେଲେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଗୋଷ୍ଠୀଙ୍କୁ ଏହା ନିର୍ଦ୍ଧାରଣ କରିବା ଦରକାର ସେମାନେ ବିଜେପି ବିରୋଧରେ ବାସ୍ତବିକ୍ ଲଢେଇ ଲଢିବାକୁ ଚାହୁଁଛନ୍ତି ନା ନାହିଁ। ଅଖ୍ରୁଜ୍ମମାନ କହିଛନ୍ତି ଯେ ଯଦି ମେଣ୍ଟ ନେତୃତ୍ୱ ମମତାଙ୍କୁ ହଟାନ୍ତି ତେବେ ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ ମେଣ୍ଟରେ ସାମିଲ ହେବା ସହ ମେଣ୍ଟକୁ ମଜଭୁତ କରିବାକୁ ପ୍ରସ୍ତୁତ।

ଡିଟିଏମସିର ଏହି ବୟାନ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣ ମୂଳ କଂଗ୍ରେସରେ ଅଭୂତପୂର୍ବ ବିଭାଜନ ମଧ୍ୟରେ ଆସିଛି। ଟିଏମସିରୁ ନିଷ୍କାସିତ ବିଧାୟକ ଋତବ୍ରତ ବାନାର୍ଜୀ ପାର୍ଟି ବିଧାୟକଙ୍କ ଏକ ବଡଜ ସମୂହର ନେତା ଭାବେ ଉଭା ହେବା ପରେ ଜୁନରେ ଦଳର ଅନ୍ତରୀଣ ବିଦ୍ରୋହ ସାର୍ବଜନିକ ହୋଇଥିଲା। ବିଦ୍ରୋହୀ ଟିମ୍ ବିଧାନସଭାରେ ଦୁଇ ତୃତୀୟାଂଶରୁ ଅଧିକ ବିଧାୟକଙ୍କ ସମର୍ଥନ ଦାବି କରୁଛି ଓ ବାଚସ୍ପତିଙ୍କ ଠାରୁ ମାନ୍ୟତା ମଧ୍ୟ ହାସଲ କରି ନେଇଛି, ଯେଉଁଥିରେ ଋତବ୍ରତଙ୍କୁ ବିରୋଧୀ ଦଳ ନେତାର ମାନ୍ୟତା ମଧ୍ୟ ମିଳିଛି। ଏଥିରେ ଅଖରୁଜ୍ଜମାନ ବିଦ୍ରୋହୀ ବିଧାୟକ ଦଳଙ୍କ ମୁଖ୍ୟ ସଚେତକ ନିଯୁକ୍ତ ହୋଇଛନ୍ତି।