Rahul Gandhi on Economy Shock: ଦେଶର ଅର୍ଥନୈତିକ ଅବସ୍ଥା ନେଇ ଆଜି(୧୯ ମେ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୀବ୍ର ସମାଲୋଚନା କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ମୋଦିଙ୍କ ପାଞ୍ଚ ଦିନିଆ ବିଦେଶ ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ। ସେ କହିଛନ୍ତି “ସଙ୍କଟ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱବାସୀଙ୍କୁ ବାହାରକୁ ଯାତ୍ରା ନକରିବାକୁ କହୁଛନ୍ତି, ହେଲେ ନିଜେ ବିଶ୍ୱ ଭ୍ରମଣ କରୁଛନ୍ତି।”

ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ସହିତ ଦେଶବାସୀଙ୍କୁ ଆସନ୍ନ ବଡ଼ ଆର୍ଥିକ ବିପତ୍ତି ବିଷୟରେ ଅବଗତ କରାଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ ଆଗକୁ ଆସୁଥିବା ଆର୍ଥିକ ଝଟକା ଆଦାନୀ ଏବଂ ଅମ୍ବାନୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରିବ ନାହିଁ, ବରଂ ସାଧାରଣ ଲୋକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରିବ।ରାହୁଲ କହିଛନ୍ତି “ସେ(ପ୍ରଧାନମନ୍ତ୍ରୀ) ତାଙ୍କ ମହଲରେ ବସିବେ, ଏବଂ ଉତ୍ତର ପ୍ରଦେଶର ଯୁବକ ଯୁବତୀ ଏବଂ ଜନସାଧାରଣ ଘୋର ଆଘାତର ସମ୍ମୁଖୀନ ହେବେ। ଆସୁଥିବା ଆର୍ଥିକ ଝଟକା ଆଦାନୀ ଏବଂ ଅମ୍ବାନୀକୁ ପ୍ରଭାବିତ କରିବ ନାହିଁ, ନା ମୋଦିଙ୍କୁ ପ୍ରଭାବିତ କରିବ, କିନ୍ତୁ ଏହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ।”

ରାହୁଲ ଗାନ୍ଧୀ ଚେତାବନୀ ଦେଇ କହିଛନ୍ତି " ଆଗକୁ ମୁସ୍କିଲ ସମୟ ଆସୁଛି। ଏଭଳି ଝଟ୍‌କା ପୂର୍ବରୁ କେହି ଦେଖି ନଥିବ।ନିଜ ନିର୍ବାଚନମଣ୍ଡଳୀ ରାୟବରେଲିର ଚୁରୁୱା ହନୁମାନ ମନ୍ଦିର ପରିଦର୍ଶନ କରିବା ସମୟରେ କଂଗ୍ରେସ ସାଂସଦ ମୋଦୀଙ୍କୁ ଉପରେ ଏହି ଆକ୍ରମଣ କରିଥିଲେ। ତେବେ ଅଖିଳେଶ ଯାଦବଙ୍କ ସହ ମେଣ୍ଟକୁ ନେଇ ପ୍ରଶ୍ନ କରିବାରୁ ରାହୁଲ କହିଥିଲେ ମୁଁ ଅସଲି ପ୍ରସଙ୍ଗ ଉପରେ ଧ୍ୟାନ ହଟାଇବାକୁ ଚାହୁଁ ନାହିଁ। ବର୍ତ୍ତମାନର ସମୟରେ ଇନ୍ଧନ ସଂକଟର ବୋଲି ରାହୁଲ କହିଛନ୍ତି।

Also Read- India moves beyond E20 petrol: ପେଟ୍ରୋଲରେ ୨୨-୩୦% ଇଥାନଲ୍ ମିଶ୍ରଣ ଲାଗି ଯୋଜନା କରୁଛନ୍ତି ସରକାର !

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚ ଦେଶର କୂଟନୈତିକ ଗସ୍ତ କରୁଛନ୍ତି ଏବଂ ମଙ୍ଗଳବାର ସନ୍ଧ୍ୟାରେ (IST) ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ ସେ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ ଏବଂ ନରୱେ ଗସ୍ତ କରି ସାରିଛନ୍ତି। ଇରାନ ଯୁଦ୍ଧ ଯୋଗୁ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ପରେ ଭାରତର ସପ୍ଲାଏ ଚେନ ବାଧାପ୍ରାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଦେଶଗୁଡ଼ିକୁ ଗସ୍ତ ଦୀର୍ଘକାଳୀନ ଶକ୍ତି ସୁରକ୍ଷା, ସବୁଜ ଶକ୍ତି ବିକଳ୍ପକୁ ପରିବର୍ତ୍ତନ, ସ୍ଥିର ଯୋଗାଣ ଶୃଙ୍ଖଳ ନିର୍ମାଣ ଏବଂ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବା, ଅନ୍ୟାନ୍ୟ ପ୍ରମୁଖ ପଦକ୍ଷେପ ଉପରେ କେନ୍ଦ୍ରିତ ରହିଛି। ଏହା ପୂର୍ବରୁ ୟୁଏଇ ସହିତ ଭାରତ ତୈଳ, ଏଲ୍ପିଜି ଯୋଗାଣ ନେଇ ଚୁକ୍ତି କରି ସାରିଛି।