ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦିଲ୍ଲୀ ସତ୍ୟନିକେତନରେ ପିଜି ଭୁଶୁଡିପଡିବା ଘଟଣାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସରକାର ଉପରେ ବର୍ଷିଛନ୍ତି। ଏପରି ଘଟଣାକୁ ରୋକିବା ଓ ଏଥି ପାଇଁ ଦାୟି ଲୋକଙ୍କ ବିରୋଧରେ କଡ଼ା କାର୍ଯାୟନୁଷ୍ଠାନ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

କହୁଛନ୍ତି ମାନସିକ ନକ୍ସଲ ଓ ଅସନ୍ତୁଷ୍ଟ ପିୟୁସା
ରାହୁଲ ଗାନ୍ଧି ଏ ନେଇ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି ,କହିଛନ୍ତି ଏହା ବିଜେପି ସରକାରର ଏକ ପ୍ୟାଟର୍ଣ୍ଣ, ଘଟଣା ପୂର୍ବରୁ କୌଣସି ସତର୍କତା ପଦକ୍ଷେପ ନ ନେବା ଓ ଘଟଣା ଘଟିବା ପରେ ଦେଖେଇ ହେବା, ସେହିପରି ଘଟଣା ପାଇଁ କିଛି ତଳତଳିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଅସଲି ଦୋଷୀଙ୍କୁ ବଞ୍ଚାଇ ଉତ୍ତରଦାୟୀ ହେବାରୁ ରକ୍ଷା କରିବା। ଏଥିରେ ରାହୁଲ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରି ଯେଉଁମାନେ ପ୍ରଶ୍ନ କରିବେ ସେମାନଙ୍କୁ ‘ମାନସିକ ନକ୍ସଲ’ ଓ ଅସନ୍ତୁଷ୍ଠ ପିଉସା ଉପାଧି ଦେଉଛନ୍ତି, ଯାହାଦ୍ୱାରା ସେମାନଙ୍କୁ ବଦନାମ କରି ଚୁପ କରାଯାଇ ପାରିବ।

ସତ୍ୟନିକେତନ ମାମଲାରେ ଗର୍ଜିଲେ
ରାହୁଲ ଗାନ୍ଧି ତାଙ୍କ ଏକ୍ସ ପୋଷ୍ଟରେ ସତ୍ୟନିକେତନରେ ହୋଇଥିବା ଘଟଣା କେବଳ ଗୋଟିଏ ନୁହେଁ ଏହା ପୂର୍ବରୁ ସୈଦୁଲାଜାବରେ ଏହିଭଳି ଘଟଣାରେ ୬ ଜଣଙ୍କ ମୃତ୍ୟ ହେବା ଓ ହୌଜ ରାନୀରେ ନିଆଁ ଲାଗିବା ଯୋଗୁ ୨୨ ଜଣଙ୍କ ମୃତ୍ୟୁର ମଧ୍ୟ ଉଲ୍ଲେଖ କରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ କୌଣସି ଘଟଣା ପରେ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କଥା ଉଠିଥାଏ, ହେଲେ ଅସଲୀ ଦାୟୀ ସେତେବେଳେ ଆଉ ନଥାନ୍ତି। ରାହୁଲ କହିଛନ୍ତି ଯେ ଘଟଣାକୁ ରୋକିବା ଲାଗି ପୂର୍ବରୁ ପଦକ୍ଷେପ ନେବା ବଦଳେ ଘଟିସାରିଲେ ଦେଖାଇ ହୁଅନ୍ତି ଓ ସକ୍ରିୟତା ନଜର ଆସେ।

ଘଟଣାରେ ୭ ଜଣଙ୍କ ମୃତ୍ୟୁ
ସତ୍ୟନିକେତନ ଘଟଣାରେ ଏ ପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହେଲାଣି। ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଘଟଣାରେ ପ୍ରାଣ ହରାଇଥିବା ୭ ଜଣଙ୍କୁ ଅଭିଷେକ, ଯୁବରାଜ ସୋନୀ, ପବନ, ଅର୍ପିତା ଜହାଜ୍, ଅକ୍ଷତ ସିଂହ ଯାଦବ, ସୁରିନ୍ଦର ସିଂହ ଓ ଜଣେ ଅଜ୍ଞାତ ବ୍ୟକ୍ତି ଭାବେ ଚିହ୍ନଟ କରାଯାଇଛି। ସେହିପରି ଗୁରୁତର ଆହତ ୫ ଜଣଙ୍କୁ ଅସଗର ଅଲୀ, ନିରଜ ବାଭା, ଆଦିତ୍ୟ କୁମାର, ନୀତିଶ ଚିବ ଓ ମହମ୍ମଦ ଅୟାନ ଭାବେ ଚିହ୍ନଟ କରାଯାଇଛି।

Also read: ସତ୍ୟ ନିକେତନ ଘଟଣାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ଜାଣନ୍ତୁ କହିଲେ କ’ଣ?