ନୂଆଦିଲ୍ଲୀ ୨୮।୦୪ : ପାକିସ୍ତାନକୁ ଲାଗିବ ବଡ ଝଟ୍କା । ଅଧିକ ଶକ୍ତିଶାଳୀ ହେଉଛି ଭାରତୀୟ ନୌସେନା । ଏବେ ନୌସେନାକୁ ମିଳିବ ରାଫେଲ୍ ବଳ । ୨୬ଟି ରାଫେଲ୍ ବିମାନ କିଣିବ ଭାରତ । ସୋମବାର ଫ୍ରାନ୍ସ ସହ ହେବ ଚୁକ୍ତି । ୬୩ ହଜାର କୋଟିର ମେଗା ଡିଲ୍ କରିବ ଭାରତ । ୨୨ଟି ସିଙ୍ଗିଲ୍ ସିଟର୍ ଓ ୪ଟି ଟ୍ୱିନ୍ ସିଟର୍ ରାଫେଲ୍ ଜେଟ୍ ଫ୍ରାନ୍ସ ଠାରୁ କିଣିବ ଭାରତ। ସମୁଦ୍ରରେ ମାତ୍ ଖାଇବ ପାକ୍ । ଫ୍ରାନ୍ସ ରାଫେଲ୍ INS ବିକ୍ରାନ୍ତ ଏବଂ INS ବିକ୍ରମାଦିତ୍ୟରେ ହେବ ନିୟୋଜିତ । ଏହି ଜେଟ୍ ଆସିବା ଦ୍ବାରା ଭାରତୀୟ ନୌସେନା ହୋଇଯିବ ଆହୁରି ଶକ୍ତିଶାଳୀ । ଭାରତ ଏବଂ ଚୀନ୍ ବ୍ୟତୀତ ଅନ୍ୟ କୌଣସି ଦକ୍ଷିଣ ଏସୀୟ ଦେଶରେ ବିମାନ ବାହକ ଜାହାଜ ନାହିଁ ।
ନୂଆ ଡିଲ୍ରେ ପାକିସ୍ତାନର ବଢିବ ବିପଦ । ୧୯୭୧ ଯୁଦ୍ଧରେ ଭାରତୀୟ ନୌସେନା ପାକିସ୍ତାନକୁ ମାତ୍ ଦେଇଥିଲା । ଏବେ ରାଫେଲ୍-ଏମ୍ ଯୋଡି ହେଲେ ଭାରତୀୟ ନୌସେନର ଶକ୍ତି ଆହୁରି ବଢିଯିବ । ଦକ୍ଷିଣ ଏସିଆରେ ଭାରତ ଏବଂ ଚୀନ୍ ଏପରି ଦେଶ ଯେଉଁମାନଙ୍କ ପାଖରେ ଏୟାରକ୍ରାଫ୍ଟ କ୍ୟାରିଅର୍ ରହିଛି । ଚୀନ୍ ପାଖରେ J-10, J-15 ଏବଂ Su-30 ଭଳି ଯୁଦ୍ଧ ବିମାନ ଅଛି । ଯେତେବେଳେ କି ପାକିସ୍ତାନ ପାଖରେ ଅଧିକାଂଶ ଚୀନ୍ ଯୁଦ୍ଧ ବିମାନ ଅଛି ।
ରାଫେଲ-ଏମ୍ ଆସିବା ଦ୍ୱାରା ଭାରତ ଦୁଇ ଦେଶ ତୁଳନାରେ ଅଧିକ ଶକ୍ତିଶାଳୀ ହେବ । ରାଫେଲ-ଏମ୍ ବିଷୟରେ କହିବାକୁ ଗଲେ ଏହା ସବୁଠାରୁ ଛୋଟ ଏୟାରକ୍ରାଫ୍ଟ । ଏହାର ଲମ୍ବ ମାତ୍ର ୫୦.୧ ଫୁଟ । ଏହା ଶୀଘ୍ର ଦିଗ ପରିବର୍ତ୍ତନ କରିପାରେ । ରାଫେଲ-ଏମ୍ ଓଜନରେ ମଧ୍ୟ ହାଲୁକା । ଏହା ମାତ୍ର ୧୫ ହଜାର କିଲୋଗ୍ରାମ । ଯେଉଁ କାରଣରୁ ଏହାକୁ ପରିଚାଳନା କରିବା ସହଜ ହୋଇଥାଏ । ରାଫେଲ୍-ଏମ୍କୁ ଜଣେ କିମ୍ବା ୨ଜଣ ପାଇଲଟ୍ ଚଲାଇ ପାରିବେ ।
ରାଫେଲ-ଏମ୍ ଲଢ଼ୁଆ ବିମାନ AESA ରାଡାର ଟାର୍ଗେଟ୍ ଏବଂ ଟ୍ରାକିଂ ପାଇଁ ଉତ୍କୃଷ୍ଟ । ଏଥିରେ ସ୍ପେକ୍ଟ୍ରା ଇଲେକ୍ଟ୍ରୋନିକ୍ ଓ୍ବାରଫାୟର ସିଷ୍ଟମ ରହିଛି । ଯାହା ଏହାକୁ ଗୁପ୍ତ କରିଥାଏ। ଏଥିରେ ଆକାଶରେ ମଧ୍ୟ ଇନ୍ଧନ ଭର୍ତ୍ତି କରାଯାଇପାରିବ । ଏହାପରେ ରାଫେଲର ରେଞ୍ଜ ବଢିଯିବ । ରାଫେଲ-ଏମ୍ ଲଢ଼ୁଆ ବିମାନ ଆସିବା ଦ୍ବାରା ସମୁଦ୍ର କ୍ଷେତ୍ରରେ ନିରୀକ୍ଷଣ, ଗୁପ୍ତଚର, ଆକ୍ରମଣ ପରି ମିଶନ୍ କରାଯାଇପାରିବ । ଏହି ଯୁଦ୍ଧ ବିମାନଟି ଆଣ୍ଟି-ସିପ୍ ଓ୍ବାରିୟରନ୍ ପାଇଁ ସର୍ବୋତ୍ତମ।
ଏଥିରେ ପ୍ରିସିସନ୍ ଗାଇଡେଡ୍ ବୋମା ଏବଂ ମିସାଇଲ୍ ଲଗାଯାଇପାରିବ । ଯେପରିକି ମେଟିୟୋର, ସ୍କେଲ୍ପ, କିମ୍ବା ଏକ୍ସୋସେଟ୍ । ଏହି ଲଢ଼ୁଆ ବିମାନ ଆସିଲେ ବାୟୁ, ଜଳ ଏବଂ ସ୍ଥଳ ଭାଗରୁ ସୁରକ୍ଷା ମିଳିବ । ଏହା ଇନ୍ଧନ ଦୃଷ୍ଟିରୁ ସବୁଠାରୁ ଭଲ । ଏହା ଥରକରେ ୧୧ ହଜାର ୨୦୨ ଲିଟର ଇନ୍ଧନ ଭରିଥାଏ । ଅର୍ଥାତ୍ ଏହା ଅଧିକ ସମୟ ଧରି ଉଡିପାରିବ । Rafale-M ଘଣ୍ଟାପ୍ରତି ୨୨୦୫ ସ୍ପିଡ୍ କିଲୋମିଟର ଗତି କରିବ । ଅଧିକ ଉଚ୍ଚତା ଦୃଷ୍ଟିରୁ ଦୁର୍ବଳ ରାଫେଲ-ଏମ୍ । ଏହା ୫୨ ହଜାର ଫୁଟ୍ ଯାଏଁ ଗତି କରିପାରେ । ତେବେ କିଛି ତ୍ରୁଟିକୁ ଛାଡିଦେଲେ ରାଫେଲ-ଏମ୍ ଚୀନ୍ ଏବଂ ପାକିସ୍ତାନର ଯୁଦ୍ଧ ବିମାନକୁ ଟକ୍କର ଦେବାର କ୍ଷମତା ରଖିଛି ।