ଭାରତରେ ଆଉ କାମ କରିବନି ପାକିସ୍ତାନୀ ପ୍ରଚାର ଓ ପ୍ରସାର, ୧୬ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍

Published By : Prameya-News7 Bureau | April 28, 2025 IST

ପେଶାଓ୍ୱାର ୨୮/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, କଠୋର ହେଉଛି ଭାରତ । ପାକିସ୍ତାନ ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗୃହ ମନ୍ତ୍ରଣାଳୟର ସୁପାରିଶ ପରେ ଏବେ ଭାରତ ସରକାର ପାକିସ୍ତାନର ଅନେକ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନ୍ କରିଛନ୍ତି । 

ଏହି ଚ୍ୟାନେଲଗୁଡ଼ିକରେ ଅଛି ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଆରଜୁ କାଜମୀ ଭଳି ଅନେକ ବଡ଼ ୟୁଟ୍ୟୁବ୍ ଚ୍ୟାନେଲ । ଆହୁରି ବି ଡନ୍ ନ୍ୟୁଜ୍, ସାମା ଟିଭି ଏବଂ ଜିଓ ନ୍ୟୁଜ୍ ଭଳି ବଡ଼ ନାମ ମଧ୍ୟ ଅନ୍ତର୍ଭୁକ୍ତ। ସରକାର ଏହି ପଦକ୍ଷେପ ନେଇଛନ୍ତି କାରଣ ଏହି ଚ୍ୟାନେଲଗୁଡ଼ିକ ଭାରତ, ଏହାର ସେନା ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ, ମିଥ୍ୟା ଏବଂ ଭ୍ରାମକ ସୂଚନା ପ୍ରସାର କରୁଥିଲେ। 


ଏହି ସୂଚନା ଜଣେ ଅଧିକାରୀ ଦେଇଛନ୍ତି। ଗତ ସପ୍ତାହରେ ୨୨ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଘଟଣା ପରେ ଭାରତ ପାକ୍‌କୁ ପାନେ ଦେବାକୁ ଚେଷ୍ଟା ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.