କଟକ: ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଦବଙ୍ଗ ଗିରି। ମ୍ୟାନେଜର ଚାମ୍ବରରେ ଜଣେ ଗ୍ରାହକ ଙ୍କୁ ନିସ୍ତୁକ ପିଟିଲେ ବ୍ୟାଙ୍କ ମ୍ୟାନେଜର। କଟକ ମହତାବ ରୋଡରେ ଏକ ଘରୋଇ ବ୍ୟାଙ୍କରେ ଗ୍ରାହକଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ ବ୍ୟାଙ୍କ ମ୍ୟାନେଜର ଓ ଗାର୍ଡ। ଗ୍ରାହକ ଜଣଙ୍କ ହେଲେ କଟକର ପ୍ରଦୀପ କୁମାର ଜୈନ।

ସେ ଏ ଡି କୋଡ ପାଇଁ ବ୍ୟାଙ୍କକୁ ବାରମ୍ବାର ଦୌଡୁ ଥିବା ବେଳେ ତାଙ୍କୁ ବାରମ୍ବାର ବ୍ୟାଙ୍କ ମ୍ୟାନେଜର ଦୁର୍ବ୍ୟବହାର କରୁଥିଲେ। ଶେଷରେ ଗତ ୩ ତାରିଖ ଦିନ ଯେତେବେଳେ ବ୍ୟାଙ୍କ ଯାଇଥିଲେ ସେତେବେଳେ କାହିଁକି ଏ ଡି କୋଡ ପାଇଁ ଡେରି କରୁଛନ୍ତି ବୋଲି ପଚାରିବାରୁ ହଠାତ ଉତ୍ତକ୍ଷୀପ୍ତ  ହୋଇ ପଡ଼ିଥିଲେ ବ୍ରାଞ୍ଚ ମ୍ୟାନେଜର। ସାଙ୍ଗେସାଙ୍ଗେ ବିଧା ଗୋଇଠା ମାରିବା ସହ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ସୁରକ୍ଷା ଗାର୍ଡକୁ ମଧ୍ୟ କହିଥିଲେ ମାରିବା ପାଇଁ । ଏହା ପରେ ବ୍ୟାଙ୍କ କର୍ମଚାରୀ ଓ ଗାର୍ଡ ମିଶି ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ।

ଏହି ଘଟଣା ପରେ ପ୍ରଦୀପ କଟକ ବାଦାମ ବାଡ଼ି ଥାନାରେ ଏକ ଏତେଲା ଦେବା ପରେ ପୋଲିସ ବ୍ୟାଙ୍କ୍ ଯାଇ ଘଟଣାର ତଦନ୍ତ କରୁଛି। ସିସି କ୍ୟାମେରାରେ ମାଡ଼ ମରାଯାଉଥିବା ଘଟଣା କଏଦ ହୋଇଛି। ତେବେ ଦେଖିବାକୁ ବାକି ରହିଲା ପୋଲିସ ଉକ୍ତ ବ୍ୟାଙ୍କ ମ୍ୟାନେଜର ଏବଂ ଗାର୍ଡଙ୍କୁ ଗିରଫ କରୁଛି ନା ନାହିଁ।