ଭୁବନେଶ୍ୱର ୦୬।୧୨ : ରାଜ୍ୟରେ ମୋଟ ୭୪୨୨୪ଟି ଅଙ୍ଗନଓ୍ୱାଡି କେନ୍ଦର ଅଛି । ସେଥିମଧ୍ୟରୁ ୨୦୧୫୦ଟି ଅଙ୍ଗନଓ୍ୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୩୮୯୦ ଅଙ୍ଗନଓ୍ୱାଡି କେନ୍ଦ୍ର ଭଡ଼ା ଘରେ ଚାଲୁଛି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସେହିପରି ମନ୍ତ୍ରୀ ଆହୁର ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ୫୦ଟି ଅଙ୍ଗନଓ୍ୱାଡ଼ି କେନ୍ଦ୍ର ପାଇଁ ୧୨ ଲକ୍ଷ ହିସାବରେ ୬ କୋଟି ଟଙ୍କାର ମଞ୍ଜୁର ହୋଇଛି । ଗୋଟିଏର ଅଙ୍ଗନବାଡ଼ି କାର୍ଯ୍ୟ ଆରମ୍ଭ ହୋଇଛି। ଏ ସବୁ ଅଙ୍ଗନବାଡ଼ି କେନ୍ଦ୍ର ସହରାଞ୍ଚଳରେ ଉଦ୍ଦିଷ୍ଟ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ହୋଇସାରିଛି। ରାଜ୍ୟରେ ଏବେ ୩୮୯୦ଟି ଅଙ୍ଗନବାଡି କେନ୍ଦ୍ର ଭଡା ଘରେ ଚାଲୁଛି। ୧୦୪୬୯ଟି ଅଙ୍ଗନବାଡି କମ୍ୟୁନିଟି ସେଣ୍ଟରରେ ଚାଲିଛି। ବାକି ୪୫୭୪ଟି ଅଙ୍ଗନବାଡି କେନ୍ଦ୍ର ସ୍କୁଲ ଘରେ ଚାଲିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ସେହିପରି 'AWSOME ' ଆପ ଦ୍ବାରା ଅଙ୍ଗନଓ୍ୱାଡି କେନ୍ଦ୍ରର ତଦାରଖ କରାଯିବ । ଜିଓ ଟାଗ୍‌ ଫଟୋ ସେଥିରେ ଅପଲୋଡ୍‌ ହେଉଛି । କେଉଁ କେନ୍ଦ୍ରରେ କିପରି କାର୍ଯ୍ୟ ହେଉଛି । ଏହି ଆପ୍‌ ଦ୍ୱାରା ତଦାରଖ କରୁଛି । ଏହାସହିତ ଅଙ୍ଗନଓ୍ୱାଡ଼ି ପାଖେ ଘର, ବିଜୁଳି ଏବଂ ପାଣିର ବ୍ୟବସ୍ଥା ଥିବା ତାକୁ ବି ‘ସକ୍ଷମ ଅଙ୍ଗନଓ୍ୱାଡି କରାଯାଇପାରିବ । ୧୨୧୪୦ ସକ୍ଷମ ଅଙ୍ଗନଓ୍ୱାଡି କେନ୍ଦ୍ରରେ ପରିଣତି କରିବାକୁ ପ୍ରସ୍ତାବ ଦିଆଯାଇଛି । ସକ୍ଷମ ଅଙ୍ଗନବାଡ଼ିରେ  Led ଟିଭି ପାଇଁ ୨୫ ହଜାର, RO ପାଇଁ ୧୦ ହଜାର, ପୋଷଣ ପାଇଁ ୧୦ ହଜାର, ଅନ୍ୟାନ୍ୟ ଭିତ୍ତିଭୂମି ପାଇଁ ୩୯ ହଜାର , ମୋଟ ୮୪ ହଜାର ଟଙ୍କା ଯୋଗାଇ ଦିଆଯାଉଛି ।