News7 Logo

ମୁଁହ ଖୋଲିଲେ ବରିଷ୍ଠ ବିଜେଡି ନେତା, କହିଲେ ଆଗଭଳି ଆଉ ନାହିଁ ପୂର୍ବ ବିଚାରଧାରା

NEWS7
prafulla mallick

ଭୁବନେଶ୍ୱର ୧୧/୦୯: ଦୀର୍ଘଦିନ ପରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ମୁଁହ ଖୋଲିଛନ୍ତି। ସେ କହିଛନ୍ତି ଏବେ ବିଜେଡ଼ିରେ ଅଛି । କିନ୍ତୁ ପ୍ରଫୁଲ୍ଲ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଯଦି ଦଳ ଠିକ ନ ଚାଲେ ଦଳ ଠୁ ଦୂରେଇ ଯିବି ବୋଲି ସେ ଚେତାବନୀ ଦେଇଛନ୍ତି । ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ।

ପୂର୍ବ ବିଚାର ଧାରାରେ ଦଳ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ । ପିଏସି, ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତି ଗ୍ରହଣ କରାଯାଇଛି। ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି । ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି । ବର୍ତ୍ତମାନ୍ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲି ସେ ପରାମର୍ଶ ଦେଇଛନ୍ତି।