ଭୁବନେଶ୍ୱର ୦୨।୦୬ : ୨୬ ପ୍ରତିଶତ ସୁଭଦ୍ରା ହିତାଧିକାରୀଙ୍କୁ ଅପ ସ୍କିଲିଙ୍ଗ ଟ୍ରେନିଂ ଦେଇ ଉଦ୍ୟୋଗୀ କରିବେ ସରକାର। ୨୧ରୁ ୩୫ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। ଏଥିସହ କେନ୍ଦ୍ର ସରକାରଙ୍କ ସେଲଫ୍ ହେଲ୍ପ୍ ଉଦ୍ୟୋଗୀ ଯୋଜନାରେ ପ୍ରତିବର୍ଷ ଲକ୍ଷେ ମହିଳାଙ୍କୁ ସାମିଲ କରାଯିବ ବୋଲି  ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଭଦ୍ରା ସ୍କିଲିଂ କାର୍ଯ୍ୟକ୍ରମରେ IIM ଦ୍ବାରା ୨୬ ପ୍ରତିଶତ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଯେଉଁମାନଙ୍କ ପାଖରେ ବିଭିନ୍ନ ଦକ୍ଷତା ରହିଛି ସେମାନଙ୍କୁ ଅଧିକ ତାଲିମ ଦେଇ ଉଦ୍ୟୋଗୀ ଭାବେ ତିଆରି କରାଯିବ। ଏଥିସହ ସେମାନଙ୍କୁ ବିଭିନ୍ନ ବିଭାଗ ସହ ଅନ୍ୟ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ଦିଆଯିବ । ଏଥିପାଇଁ ୨୧ ବର୍ଷରୁ ୩୫ ବର୍ଷ ଭିତରେ ମହିଳା ମାନଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ର ସରକାରଙ୍କ ସେଲଫ୍ ହେଲ୍ପ୍ ଉଦ୍ୟୋଗୀ କାର୍ଯ୍ୟକ୍ରମରେ ମଧ୍ୟ ପ୍ରତି ବର୍ଷ ୧ ଲକ୍ଷ ମହିଳା ସାମିଲ ହେବେ। ଏହି କାର୍ଯ୍ୟକ୍ରମରେ ସବୁ ବିଭାଗ ସମନ୍ବୟ ରଖି କାମ କରିବେ।

Also Read:-West Bengal TMC Split Discussion: ପଶ୍ଚିମବଙ୍ଗ ରାଜନୀତିରେ ମହାଭୂକମ୍ପ, ମମତାଙ୍କ ବିନା ନୂଆ ଟିଏମସି ଗଠନ ଚର୍ଚ୍ଚା, ବେଙ୍ଗଲରେ ହୋଇପାରେ 'ମହାରାଷ୍ଟ୍ର ମଡେଲ'