ବାୟୁସେନା ଉପରେ ହୋଇଥିବା ଆକ୍ରମଣ ବିଜେପିର ନିର୍ବାଚନ ପୂର୍ବ ଷ୍ଟଣ୍ଟ: ଚରଣଜିତ ସିଂହ ଚନ୍ନୀ

Published By : Prameya-News7 Bureau | May 05, 2024 IST

indiatoday

ନୂଆଦିଲ୍ଲୀ: ବାୟୁସେନା ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ବୟାନ ଦେଇ ବିବାଦରେ କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି। ନିକଟରେ ଜାମ୍ମୁ-କାଶ୍ମୀରର ପୁଞ୍ଚରେ ଭାରତୀୟ ବାୟୁସେନା କନଭୟ ଉପରେ ହୋଇଥିବା ଆକ୍ରମଣ ବିଜେପିର ନିର୍ବାଚନ ପୂର୍ବ ଷଣ୍ଟ ବୋଲି ଚନ୍ନୀ କହିଛନ୍ତି। ଶ୍ରୀ ଚନ୍ନି ରବିବାର ଏହି ବିବାଦୀୟ ଟିପ୍ପଣୀ ଦେଇଛନ୍ତି।

ସେ କହିଛନ୍ତି “ଏଗୁଡ଼ିକୁ ସବୁ ଷଣ୍ଟ। କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ। ଏଗୁଡ଼ିକ କିଛି ନୁହେଁ, ବିଜେପିର ନିର୍ବାଚନ ପୂର୍ବର ଷ୍ଟଣ୍ଟ ମାତ୍ର। ଏଥିରେ କୌଣସି ସତ୍ୟତା ନାହିଁ। ବିଜେପି ଲୋକଙ୍କ ଜୀବନ ଓ ଶରୀର ସହ ଖେଳୁଛି।” ବିଜେପି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏଭଳି ଘଟଣା ଘଟାଉଛି। ଏଗୁଡ଼ିକ ସବୁ ପୂର୍ବ ଯୋଜନା ଅନୁସାରେ କରାଯାଇଥାଏ ବୋଲି ଚନ୍ନୀ କହିଛନ୍ତି। ଯେତେବେଳେ ବି ନିର୍ବାଚନ ଆସେ

ଏଭଳି ଷଣ୍ଟ କରାଯାଏ। ଗତ ଲୋକସଭା ନିର୍ବାଚନରେ ମଧ୍ୟ ସମାନ ଢଙ୍ଗରେ ଆକ୍ରମଣ ହୋଇଥିଲା ବୋଲି କହିଛନ୍ତି କଂଗ୍ରେସ ନେତା।


ସୂଚନା ଥାଉକି ଶନିବାର ସନ୍ଧ୍ୟାରେ ଜାମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ସୁରନକୋଟର ସାନାଇ ଗାଁରେ ଭାରତୀୟ ବାୟୁସେନାଙ୍କ କନଭୟ ଉପରେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

ପଢ଼ନ୍ତୁ-କ୍ଷମତାକୁ ଆସିଲେ ହାଇଦ୍ରାବାଦ୍‌ରେ ମୁସ୍‌ଲିମଙ୍କୁ ୪% ସଂରକ୍ଷଣ ଦେବୁ: ଚନ୍ଦ୍ରବାବୁ ନାଇଡୁ

ଏହି ଘଟଣା ପରେ ଭାରତୀୟ ସେନା ଓ ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି। ଆତଙ୍କବାଦୀମାନେ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଏହି ଆକ୍ରମଣ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନିନ୍ଦା କରିଥିଲେ। ଭୀରୁ କାପୁରଷଙ୍କ ଭଳି କରାଯାଇଥିବା ଏହି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ କହିବା ସହ ସେନା ପରିବାର ପ୍ରତି ସମବେଦନା ଜଣାଇଥିଲେ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.