ସ୍ୱାତୀ ମାଲିୱାଲ ଦୁର୍ବ୍ୟବହାର ମାମଲା: ବିଭବ କୁମାରଙ୍କ ଅଗ୍ରୀମ ଜାମିନ କୋର୍ଟରେ ଅଗ୍ରାହ୍ୟ

Published By : Prameya-News7 Bureau | May 18, 2024 IST

ନୂଆଦିଲ୍ଲୀ ୧୮।୫: ସ୍ୱାତୀ ମାଲିୱାଲ ମାରପିଟ ମାମଲାରେ ଗିରଫ ବିଭବ କୁମାର ଶନିବାର ତିସହଜାରୀ କୋର୍ଟରେ ଅଗ୍ରୀମ ଜାମିନ ଆବେଦନ କରିଥିଲେ। କୋର୍ଟରେ ଏହି ଜାମିନର ଶୁଣାଣି  ହୋଇଥିବା ବେଳେ ଆବେଦନକୁ ଅଗ୍ରାହ୍ୟ କରିଦିଆଯାଇଛି। ତର୍କ ପୁରା ହେବା ପରେ ପବ୍ଲିକ ପ୍ରୋସିକ୍ୟୁଟର କୋର୍ଟଙ୍କୁ କହିଥିଲେ ଯେ ବିଭବ କୁମାରଙ୍କୁ ପୋଲିସ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଗିରଫ କରିଛି। ଏହା ପୂର୍ବରୁ କୋର୍ଟ ଆଦେଶ ସୁରକ୍ଷିତ ରଖିଥିଲେ। 

ଗିରଫ ବିଭବ କୁମାରଙ୍କୁ ପୋଲିସ ଶନିବାର କୌଣସି ସମୟରେ କୋର୍ଟରେ ହାଜର କରିପାରେ। କୋର୍ଟରେ ହାଜର କାଳରେ ପୋଲିସ ବିଭବଙ୍କ ଲାଗି ରିମାଣ୍ଡ ନିବେଦନ କରିବ। କାରଣ ପୋଲିସ ଜାଣିବାକୁ ଚାହୁଁଛି ସେ ଶ୍ୱାତି ମାଲିୱାଲଙ୍କ ସହ କରିଥିବା ମାରପିଟ ପଛର କାରଣ କଣ? ମାଲିୱାଲଙ୍କ ଏଫଆଇଆର ଆଧାରରେ ପୋଲିସ ଯାଞ୍ଚ ଆଗକୁ ବଢୁଛି। ପୋଲିସ ବିଭବଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ବି ଯାଇ ପାରେ। 

ବିଭବଙ୍କ ଅଗ୍ରୀମ ଜାମିନ ଖବରରେ ଆମ ଆଦମୀ ପାର୍ଟି (ଆପ) ଲିଗାଲ ସେଲ ତରଫରୁ କୁହାଯାଇଛି ଯେ ଆମ ପକ୍ଷରୁ କୋର୍ଟରେ କୌଣସି ଆବେଦନ ଦିଆଯାଇ ନଥିଲା। ତେବେ ଆମେ ଅଧିକାରୀକ ଭାବେ ଆତିଶୀଙ୍କ ପକ୍ଷରୁ ରୁଜୁ ଏତଲାର ନକଲ ମାଗିବା ପାଇଁ ଏକ ଆପ୍ଲିକେସନ ଦେଇଛୁ। ପୋଲିସ ସିଆରପିସି ୪୧ ନୋଟିସ୍ ବିନା ବିଭବ କୁମାରଙ୍କୁ ଗିରଫ କରିଛି, ଏ କଥା ଆମେ କୋର୍ଟରେ ଉଠାଇବୁ ବୋଲି  ଆପ  ଲିଗାଲ ସେଲ କହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.