କେନ୍ଦୁଝର ଝିଅ ଚିରଶ୍ରୀ ସାଗରିକା ଏବେ ଡ୍ୟାନ୍ସ ଦିୱାନେ ଫାଇନାଲିଷ୍ଟ, ଟାଇଟଲ୍ ଜିତିବାକୁ ଅପେକ୍ଷା

Published By : Prameya-News7 Bureau | May 18, 2024 IST

କେନ୍ଦୁଝର 18/05 :କେନ୍ଦୁଝରର ଡ୍ୟାନ୍ସିଂ ଝିଅଟି ଏବେ ସାରା ଦେଶରେ ଚର୍ଚ୍ଚାର କାରଣ। ନୃତ୍ୟକଳାର ପ୍ରଶଂସକମାନେ ତାଙ୍କ ନାଚ ଦେଖି ଦିୱାନା।  ଡ୍ୟାନ୍ସିଂ କୁଇନ୍ ମାଧୁରୀ ଦିକ୍ଷୀତ ଓ ବଲିଉଡ୍ ଅଭିନେତା ସୁନିଲ୍ ସେଟ୍ଟୀଙ୍କ ମୁହଁରେ ତାଙ୍କର ଜୋରଦାର ପ୍ରଶଂସା। ସେ କିଏ ଜାଣନ୍ତି, ନା ତାଙ୍କର ଚିରଶ୍ରୀ ସାଗରିକା।  କଲର୍ସ ଟିଭିରେ ପ୍ରସାରିତ ଡ୍ୟାନ୍ସିଂ ରିଆଲିଟି ଶୋ ଡ୍ୟାନ୍ସ ଦିୱାନେ ପ୍ରତିଯୋଗିତାରେ ସେ ଏବେ ଫାଇନାଲ ରାଉଣ୍ଡରେ।  ଅନ୍ୟ 5ଜଣଙ୍କ ସହ ଟାଇଟଲ୍ ପାଇଁ  ତାଙ୍କ ଲଢେଇ। 

Colours tv

କେନ୍ଦୁଝର ସହର ନିବାସୀ ଦୟାସାଗର ପଣ୍ଡା ଓ ସାବିତ୍ରୀ ମହାପାତ୍ରଙ୍କ ଦୁଇ ଝିଅଙ୍କ ଭିତରେ ବଡ ଝିଅ ଚିରଶ୍ରୀ ସାଗରିକା। ସେ ଏବେ କେନ୍ଦୁଝର ସ୍ଥିତ ରବିନ୍ଦ୍ର ବିଦ୍ୟା ନିକେତନରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ନ୍ତି।  ଚିରସ୍ରୀ ପିଲା ଦିନରୁ  ନାଚ ପ୍ରତି ବେଶ୍ ଆଗ୍ରହୀ। ଯେତେବେଳେ ସେ ତିନି ବର୍ଷର ଥିଲେ ଟିଭିରୁ ଦେଖି ଘରେ ସବୁବେଳେ ନାଚୁଥିଲେ । ଏହା ଦେଖି ତାଙ୍କ ବାପା ମା ତାଙ୍କୁ ୨୦୧୩ ମସିହାରେ ଜେନିଥ ଡ୍ୟାନ୍ସ ଏକାଡେମୀରେ ନୃତ୍ୟ ଗୁରୁ କୁନାଲ ମହାକୁଡଙ୍କ ନିକଟକୁ ନାଚ ଶିଖିବାକୁ ଛାଡିଲେ । ସେ ପାଠପଢ଼ା ସହ ଗତ ଦଶବର୍ଷ ଧରି ନାଚ ଶିଖି ଆସୁଛନ୍ତି। ପାଠପଢା ପରେ ସକାଳେ ଓ ସଂଧ୍ୟା ସମୟରେ ସେ ନାଚ ଅଭ୍ୟାସ କରନ୍ତ । 


ଚିରଶ୍ରୀ ୨୦୧୭ ମସିହା ରେ ଡି ଆଇ ଡ଼ି ଲିଟିଲ ମାଷ୍ଟର ପ୍ରତିଯୋଗିତାରେ ଭାଗ ନେଇ ଟପ୍ ୧୫ କୁ ଯାଇଥିଲେ । ପୁଣି ୨୦୧୮ ମସିହାରେ ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ରେ ଭାଗ ନେଇ ଫାଷ୍ଟ ରନର୍ସ ଅପ୍ ହୋଇଥିଲେ I ୨୦୨୩ ମସିହା ରେ ଷ୍ଟାର ପ୍ଲସ ର ଡ୍ୟାନ୍ସ ପ୍ଳସ ରେ ଭାଗ ନେଇ ଟପ ୩୦ ମଧ୍ୟ ରେ ରହିଥିଲେ । ଏବେ ସେ ଚଳିତ ବର୍ଷ କଲର୍ସ ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଦିବାନେ ପାଇଁ ଭୁବନେଶ୍ଵରରେ ହୋଇଥିବା ଅଡିସନରୁ ସିଲେକ୍ଟ ହୋଇ ଫାଇନାଲରେ ପହଞ୍ଚିଛନ୍ତି I ତାଙ୍କ ସଫଳତାକୁ ନେଇ ଏବେ ବେଶ୍ ଖୁସି ତାଙ୍କ ପରିବାର ଲୋକେ। ତାଙ୍କୁ ଡ୍ୟାନ୍ସ ଶିଖାଉଥିବା ଗୁରୁ ଏବେଂ ଜେନିଥି ଡ୍ୟାନ୍ସ ଏକାଡେମୀର ଅନ୍ୟ ପିଲାମାନେ ତାଙ୍କୁ ଭୋଟ୍ ଦେଇ ଜିତାଇବାକୁ କରିଛନ୍ତି ନିବେଦନ।

ତେବେ ସତରେ ଚିରଶ୍ରୀ ଏବେ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ। ସେ ଡ୍ୟାନ୍ସ ଦିୱାନେ ଟାଇଟେଲ୍ ଜିତିଲେ ଆମ ପାଇଁ ନିଶ୍ଚିତ ଭାବରେ ଏକ ବଡ଼ ଉପଲବ୍ଧି। 

Also Read- ମୋନୋକ୍ରୋମାଟିକ୍ ଡ୍ରେସ୍ ପିନ୍ଧି ରେଡ୍ କାର୍ପେଟ୍‌ରେ ଏଣ୍ଟ୍ରି କଲେ ଐଶ୍ଵର୍ଯ୍ୟା, ଫଟୋ ଭାଇରାଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.