କେନ୍ଦୁଝର ୦୬।୦୭ : ଅପରାଧୀ ବିରୋଧରେ କେନ୍ଦୁଝର ପୋଲିସର ଆକ୍ସନ । କୁଖ୍ୟାତ ଲୁଟେରା ମହମ୍ମଦ ନାସିଫକୁ ପୋଲିସର ଏନକାଉଉଣ୍ଟର। ଏହି ଏନକାଉଣ୍ଟରରେ ନାସିଫର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧରରଣୀଧର ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଛି। ମେଡିକାଲ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ, ସୋମବାର ସକାଳେ ଚମ୍ପୁଆର ପତଲା ଜଙ୍ଗଲ ନିକଟରେ ପୋଲିସ୍ ଏକାଧିକ ଚୋରି ଏବଂ ଅପରାଧ ମାମଲାର ମାଷ୍ଟରମାଇଣ୍ଡ ଏମ୍ଡି ନାସିଫରକୁ ଧରିବାକୁ ଉଦ୍ୟମ କରୁଥିଲା। ହେଲେ ପୋଲିସକୁ ଦେଖି ନାସିଫ ଖସିଯିବାକୁ ଉଦ୍ୟମ କରିଥିଲା। ଏପିରିକି ପୋଲିସକୁ ଉପରକୁ ଦୁଇ ରାଉଣ୍ଡ ଗୁଳି ମଧ୍ୟ କରିଥିଲା । ଯାହାର ଦୃଢ ଜବାବ ଦେଇଥିଲା ପୋଲିସ । ଶେଷରେ ପୋଲିସର ଗୁଳିରେ ମହମ୍ମଦ ନାସିଫ ଗୁରୁତର ହୋଇଥିଲା । ତାର ଡାହାଣ ଗୋଡରେ ଗୁଳି ବାଜିଛି । ଏହାପରେ ନାସିଫକୁ ଗୁରୁତର ଅବସ୍ଥାରେ ଧରଣୀଧର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏମ୍ଡି ନାସିଫର ନାଁରେ କେନ୍ଦୁଝର ଏବଂ ମୟୂରଭଞ୍ଜର ବିଭିନ୍ନ ଥାନାରେ ଏକାଧିକା ମାମଲା ରହିଛି।

Also Read:-ଫୁଟବଲକୁ ବାଏବାଏ କଲେ ବ୍ରାଜିଲ୍ ଷ୍ଟାର୍ ନେୟମାର ! ଖେଳିବେନି ଅନ୍ତର୍ଜାତୀୟ ମ୍ୟାଚ୍