କାବୁଲ,୨୪ /୦୩: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବଢୁଛି । ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଏୟାରଷ୍ଟ୍ରାଇକ୍ ହେଉଛି । କ୍ରିକେଟ୍ ପଡିଆରେ ମଧ୍ୟ ଏହାର ପ୍ରଭାବ ପଡୁଛି । କିଛି ବର୍ଷ ହେଲା ଷ୍ଟାଡିୟମରେ ଦୁଇ ଦେଶ ଅନେକ ଥର ମୁହାଁମୁହିଁ ହୋଇଛନ୍ତି । ଖେଳାଳିମାନଙ୍କ ମଧ୍ୟରେ ପାଟିତୁଣ୍ଡ ଯାଏଁ କଥା ଯାଇଛି । ତେବେ ପାକିସ୍ତାନଠୁ ପରାସ୍ତ ହେବା ଆଫଗାନବାସୀଙ୍କ ପାଇଁ କେତେ ଦୁଃଖଦାୟକ ତାହା କହିଛନ୍ତି ଆଫଗାନ୍ କ୍ରିକେଟର୍ ତଥା ଓପନର ରେହମାନୁଲାହ ଗୁରବାଜ ।

ଗୁରବାଜ୍ କହିଛନ୍ତି ଯେ, ୨୦୨୨ଏସିଆ କପରେ ସେମାନେ ପାକିସ୍ତାନଠୁ ପରାସ୍ତ ହୋଇଥିଲେ । ଏହା ଖୁବ୍ ହୃଦୟ ବିଦାରକ ଥିଲା । ଆଫଗାନିସ୍ତାନ ଏହି ମ୍ୟାଚ୍ ଜିତିଥାନ୍ତା । ହେଲେ ଶେଷ ମୁହୂର୍ତ୍ତରେ ସବୁ ବିଗିଡିଗଲା । ଗୋଟିଏ ଓ୍ୱିକେଟ୍ ବାକିଥାଇ ପାକିସ୍ତାନକୁ ବିଜୟ ପାଇଁ ୧୧ ରନର ଆବଶ୍ୟକତା ରହିଥିଲା । ନସିମ ଶାହ ଦୁଇଟି ଛକା ମାରି ଆଫଗାନ୍ ହାତରୁ ବିଜୟ ଛଡାଇ ନେଇଥିଲେ ।

Also Read :-'ଗମ୍ଭୀର ଏତେ କଠୋର ହେବା ଦରକାର ନାହିଁ'...ଭାରତୀୟ କୋଚଙ୍କୁ କାହିଁକି ଏମିତି କହିଲେ ଗାଙ୍ଗୁଲି ?

ସେ ଆହୁରି କହିଛନ୍ତି ଯେ, ହାରିବା ପରେ ଆଫଗାନ୍ ଖେଳାଳି ନିରାଶ ହୋଇଥିଲେ । ଏପରିକି କିଛି ଫ୍ୟାନ୍ସ ଆତ୍ମହତ୍ୟା ମଧ୍ୟ କରିଦେଇଥିଲେ । ସେମାନେ ଦଳର ପରାଜୟକୁ ଗ୍ରହଣ କରିପାରିନଥିଲେ । ଆଉ କିଛି ପ୍ରଶଂସକ କାନ୍ଦିପକାଇଥିଲେ । ସେ ଏହି ମ୍ୟାଚକୁ କେବେହେଲେ ଭୁଲିବେ ନାହିଁ । ମୁକାବିଲାରେ ଭଲ ବ୍ୟାଟିଂ କରିନଥିଲେ ବି ବୋଲିଂ ଭଲ ଥିଲା । ତଥାପି ସେମାନେ ମାତ୍ ଖାଇଥିଲେ ।

ଗୁରବାଜ କହିଛନ୍ତି ଯେ, କୌଣସି ପାକିସ୍ତାନୀ ଖେଳାଳିଙ୍କ ସହ ତାଙ୍କର ବ୍ୟକ୍ତିଗତ ଶତ୍ରୁତା ନାହିଁ । ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବହୁତ ଗୁରୁତ୍ୱ ମନେ ହୁଏ । ସବୁଜ ଦଳକୁ ହରାଇବାର ମଜା ଅଲଗା ରହିଥାଏ । ସେମାନେ ଖେଳାଳି । ଆଫଗାନିସ୍ତାନ ପାଇଁ ଖେଳନ୍ତି । ଆଫଗାନ୍ କ୍ରିକେଟ୍ ପ୍ରଶଂସକଙ୍କ ଖୁସିକୁ ସେମାନେ ଫୋକସ କରନ୍ତି ।୨୦୨୩ ବିଶ୍ୱକପରେ ଆଫଗାନିସ୍ତାନ ପାକିସ୍ତାନକୁ ପରାସ୍ତ କରିଥିଲା । ଏହା ଦର୍ଶକଙ୍କୁ ସବୁଠୁ ଅଧିକ ଖୁସି କରିଥିଲା ବୋଲି ଆଫଗାନ୍ ଓପନର ପ୍ରକାଶ କରିଛନ୍ତି ।

ଲୋ ସ୍କୋରିଂ ମ୍ୟାଚ୍

ପ୍ରଥମେ ବ୍ୟାଟିଂ କରିଥିଲା ଆଫଗାନିସ୍ତାନ । ଦଳ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୨୯କରିଥିଲା । ପାକିସ୍ତାନ ୧୧୦ ରନରେ ୮ ଓ୍ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । କିନ୍ତୁ ଆସିଫ୍ ଅଲ୍ଲୀ ଏବଂ ନସିମ ଶାହଙ୍କ ଯୋଡି ପାକିସ୍ତାନକୁ ଜିତାଇ ଦେଇଥିଲା ।