LIVE TV

ଶୁଦ୍ଧତା ମାନକରେ ପତଞ୍ଜଳି ତେଲ ଓ ଅମୂଲ ଦହି ଫେଲ, ୬ ମାସ ପରେ ଆସିଲା ରିପୋର୍ଟ

NEWS7
testing

ଗୋରଖପୁର ୨୬।୧୦: ପତଞ୍ଜଳି ତେଲ ଶୁଦ୍ଧତା ମାନକରେ ଫେଲ ହୋଇଯାଇଛି। ସେହିପରି ଅମୂଲ ଦହି ମଧ୍ୟ ଶୁଦ୍ଧତା ମାନକରେ ବିଫଳ ହୋଇଥିବା ଜଣାପଡିଛି। ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ଟିମ୍ ଏପ୍ରିଲ ୨୯ ତାରିଖ ଦିନ ବେଲିପାରର ବେତଉବାସ୍ଥିତ ପତଞ୍ଜଳିର ସୁପର ଡିଲରଙ୍କଠାରୁ ୧୨୬୦ ଲିଟର ତେଲ ଜବତ କରିବା ସହ ନମୁନା ସଂଗ୍ରହ କରିଥିଲେ। ସେହିପରି ସେପ୍ଟେମ୍ବରରେ ଅମୂଲ ଉତ୍ପାଦ ନେଇ ଯାଉଥିବା ବାହନକୁ ଅଟକାଇ ଦହି ନମୁନା ସଂଗ୍ରହ କରାଯାଇଥିଲା। ଏହାର ରିପୋର୍ଟ ମଧ୍ୟ ସବଷ୍ଟାଣ୍ଡାର୍ଡ ବୋଲି ଜଣାପଡିଛି।

ଅସିଷ୍ଟାଣ୍ଟ କମିଶନର ଡ.ସୁଧିର କୁମାର ସିଂହ କହିଛନ୍ତି ଯେ ପତଞ୍ଜଳି କ୍ୟାରିଂ ଓ ଫରୱାର୍ଡିଂ (ସି ଆଣ୍ଡ ଏଫ)ଗୋଦାମ ତେଜସ୍ୱୀ ଟ୍ରେଡର ଉପରେ ଚଢଉ କରି ୧୨୬୦ ଲିଟର ରିଫାଇଣ୍ଡ, ସୋୟାବିନ ଓ ପାମ ଅଏଲ ଜବତ କରାଯାଇଥିଲା। ଜବତ ବେଳେ ଏହି ସବୁ ତେଲ ଭାଙ୍ଗିଯାଇଥିବା ଅଥବା ଚେପା ହୋଇଯାଇଥିବା ଟିଣରେ ଥିଲା। ସେଗୁଡିକୁ ଟିଣରୁ କାଢି ପ୍ଲାଷ୍ଟିକର ବଡ ଡ୍ରମରେ ଏକତ୍ର କରାଯାଇଥିଲା। ଗୋଦାମରୁ ମହୂ, ହଳଦି, ଧନିଆ ଓ ମସଲା ମଧ୍ୟ ଜବତ ହୋଇଥିଲା। ତେବେ ଶୁଦ୍ଧତା ମାନକରେ ତୈଳ ବିଫଳ ହୋଇଛି।

ସେହିପରି ଦୀପାବଳି ପୂର୍ବରୁ ନୌସଢ଼ରେ ବସ୍ ଓ ହମସଫର ଏକ୍ସପ୍ରେସ୍ ରେ ମଗା ଯାଇଥିବା ୧୫ କ୍ୱିଣ୍ଟାଲ ଖୁଆକୁ ମଧ୍ୟ ନଷ୍ଟ କରାଯିବ ବୋଲି କୁହାଯାଇଛି। ଏହି ଖୁଆକୁ ନେବା ପାଇଁ କେହି ଆସିନଥିଲେ, ଯେଉଁମାନେ ଆସିଥିଲେ ଖୁଆକୁ ନମୁନା ନ ଦେଇ ନେବାକୁ ଚେଷ୍ଟା କରିଥିଲେ। ତେବେ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ଖୁଆ ସେପରି ଦେବାକୁ ମନା କରିଦେଇଥିଲା। ଏବେ ନଗରନିଗମ ମାଧ୍ୟମରେ ଏହି ଖୁଆକୁ ନଷ୍ଟ କରାଯିବ।

ଆସିଷ୍ଟାଣ୍ଟ କମିଶନର ସୁଧିର କୁମାର ସିଂହ କହିଛନ୍ତି ଯେ ୧୨ କ୍ୱିଣ୍ଟଲ ଖୁଆ ବସ୍ ରେ ଓ ୩ କ୍ୱିଣ୍ଟଲ ହମସଫର ଏକ୍ସପ୍ରେସ୍ ଟ୍ରେନ ଯୋଗେ ମଗା ଯାଇଥିଲା। ଏହି ବିପୁଳ ଖୁଆ କାନପୁରରୁ ଆମଦାନୀ ହୋଇଥିଲା। ଖୁଆର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ନଷ୍ଟ କରାଯିବ। ଏତଦବ୍ୟତୀତ ଅପମିଶ୍ରିତ ଖାଦ୍ୟପଦାର୍ଥ ଯେପରି ବଜାରକୁ ନ ଯାଏ ତାହା ସୁନିଶ୍ଚିତ କରାଯିବ।