LIVE TV

ଅପରେସନ ସିନ୍ଦୂରରେ ଆତଙ୍କବାଦୀ ଛାନିଆଁ, ଭାରତକୁ ଏମିତି ଭୟ ; ପିଓକେ ଛାଡ଼ି ଏବେ ଏଠାକୁ ଫେରାର ହେବାକୁ ପ୍ରସ୍ତୁତି

NEWS7
operation sindoor blow

ନୂଆଦିଲ୍ଲୀ – ପାକିସ୍ତାନ ଦ୍ୱାରା ପାଳିତ ଆତଙ୍କବାଦୀ ଭାରତର ଆକ୍ସନର ଭୟରେ ପିଓକେ ଛାଡ଼ିବା ଆରମ୍ଭ କରି ଦେଇଛନ୍ତି। ନିକଟତମ ସୂତ୍ରାନୂସାରେ , ଏହି ଖବର ସାମ୍ନାକୁ ଆସିଛି ଯେ, ଜୈଶ୍‌-ଏ-ମହମ୍ମଦ (ଜେଇଏମ) ଓ ହିଜବୁଲ ମୁଜାହିଦିନ (ଏଚଏମ)ଭଳି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଏବେ ପିଓକେ ଛାଡ଼ି ଖୈବର ପଖତୁନଖ୍ୱା (କେପିକେ) ପ୍ରାନ୍ତରେ ନିଜର ନୂଆ ଆଡ୍ଡା ନିର୍ମାଣ କରିବାକୁ ପ୍ରସ୍ତୁତି କରୁଛନ୍ତି।

ପ୍ରକୃତ କଥା ହେଲା , ଅପରେସନ ସିନ୍ଦୂର ପର ଠାରୁ ଆତଙ୍କବାଦୀଙ୍କ ରକ୍ତ ଧଳା ପଡ଼ି ଯାଇଛି। ଗତ ୭ ମଇରେ ଅପରେସନ ସିନ୍ଦୂର ଅନୁସାରେ ,ଭାରତୀୟ ସଶସ୍ତ୍ର ବାହିନୀ ଗୁଡ଼ିକ ପାକ୍ ଓ ପାକ୍‌ ଅଧିକୃତ କାଶ୍ମୀରରେ ଅନୁପ୍ରବେଶ କରି ଅନେକ ଆତଙ୍କୀ ଠିକଣାକୁ ଧ୍ୱଂସ କରିଦେଇ ଥିଲା। ଏହି ଅପରେସନ ଅନୁସାରେ ,ଭାରତ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଦେଇଥିଲା।

ଶୁକ୍ରବାର ଗୁଇନ୍ଦା ସୂଚନା ମୁତାବିକ ,ସୂତ୍ରରୁ ପ୍ରକାଶ ଯେ, ଆତଙ୍କୀ ଭାରତୀୟ ଆକ୍ରମଣକୁ  ଦେଖି ଏବେ ପିଓକେକୁ ସୁରକ୍ଷିତ ସ୍ଥାନ ଭାବେ ମନେକରୁ ନାହାଁନ୍ତି। ଅନ୍ୟପଟେ କେପିକେ ରଣନୀତିକ ଭାବେ ପ୍ରମୁଖ ସ୍ଥାନରେ ରହିଛି। ସୂତ୍ର କହିଛି ଯେ, ଆତଙ୍କବାଦୀ ଗ୍ରୁପ୍‌ର ଏହି କାର୍ଯ୍ୟକଳାପ ଗୁଡ଼ିକୁ ପାକିସ୍ତାନର ସରକାର ଠାରୁ ମଧ୍ୟ ସାହାଯ୍ୟ ମିଳୁଛି। ନିକଟରେ ପୁଲିସ ସଂରକ୍ଷଣରେ ଆୟୋଜିତ ଜୈଶ-ଏ-ମହମ୍ମଦ ଓ ଜମିୟତ ଉଲେମା-ଏ-ଇସଲାମ (ଜେୟୁଆଇ) ଭଳି ରାଜନୈତିକ –ଧାର୍ମିକ ସଙ୍ଗଠନ ଗୁଡ଼ିକର ସଭା ସରକାର ସଂପୃକ୍ତିର ସ୍ପଷ୍ଟ ପ୍ରମାଣ ଦେଉଛି।

ସୂତ୍ରରୁ ପ୍ରକାଶ ଯେ, ନିକଟରେ ଆତଙ୍କବାଦୀ ଗ୍ରୁପ୍‌ର ମୁଭମେଣ୍ଟ ସହ ସମ୍ୱନ୍ଧିତ ଏକ ବଡ଼ ଘଟଣା କେପିକେର ମନସେହରା ଜିଲ୍ଲାର ଗଡି ହବିବୁଲ୍ଲାହରେ ହୋଇଛି, ଯେଉଁଠି ଜୈଶ-ଏ-ମହମ୍ମଦ ୧୪ ସେପ୍ଟେମ୍ୱର , ୨୦୨୫ରେ ଭାରତ-ପାକିସ୍ତାନ କ୍ରିକେଟ୍‌ ମ୍ୟାଚ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ଏକ ସାର୍ବଜନିକ ନିଯୁକ୍ତି ଅଭିଯାନ ଚଲାଇ ଥିଲା। ଏକ ସୂତ୍ରରୁ ପ୍ରକାଶ ଯେ ଏହି କାର୍ଯ୍ୟକ୍ରମ  ଯାହା କି ଏକ ଧାର୍ମିକ ସଭାର ଅଂଶ ଭାବେ ଆୟୋଜିତ କରାଯାଇ ଥିଲା ।