ଭୁବନେଶ୍ୱର ୨୭।୧୧: ବଙ୍ଗୋପସାଗରରେ ପୁଣି ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା ' ଡ଼ିଟୱା ' I ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟା 'ଡ଼ିଟୱା'ରେ ପରିଣତ ହୋଇଛି । ୩୦ ନଭେମ୍ବର ସନ୍ଧ୍ୟା କିମ୍ବା ରାତିରେ ଚେନ୍ନାଇ ନିକଟବର୍ତ୍ତୀ ହେବା ସମ୍ଭାବନା । ଦକ୍ଷିଣ ଓଡ଼ିଶାରେ ଜିଲ୍ଲା ମାନଙ୍କରେ ୩୦ ରୁ ୨ ତାରିଖ ଭିତରେ ପାଗ ଆଂଶିକ ମେଘୁଆ ସହିତ କିଛି ଅଞ୍ଚଳରେ ୧ ଡିସେମ୍ବରରେ ହାଲୁକା ବର୍ଷା ଆଶଙ୍କା ।

ତେବେ ଗୁରୁବାର ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ଶ୍ରୀଲଙ୍କା ପାର୍ଶ୍ଵବର୍ତ୍ତୀ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଅଞ୍ଚଳରେ ଏହା କେନ୍ଦ୍ରୀଭୂତ ରହିଥିଲା I ତେବେ ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ-ପୁଡ଼ୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ମୁହାଁ ହେବାର ସମ୍ଭାବନା ରହିଛି I ସେପଟେ ଓଡ଼ିଶା ଉପରେ ଏହାର ବଡ଼ ପ୍ରଭାବ ପଡିବ ନାହିଁ ବୋଲି ଆଇଏମଡି କହିଛି ।