ଫ୍ରୁଟି ଦେଇ ପିଲା ଚୋରି ଉଦ୍ୟମ, ସନ୍ଦିଗ୍ଧଙ୍କୁ ଗୋଡେଇ ଗୋଡେଇ କାବୁ କଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | March 28, 2024 IST

ବାରଙ୍ଗ ୨୮।୦୩ : ଫ୍ରୁଟି ଦେଇ ପିଲା ଚୋରି ଉଦ୍ୟମ ଅଭିଯୋଗ । ସନ୍ଦିଗ୍ଧଙ୍କୁ ଗୋଡେଇ ଗୋଡେଇ ଧରିଲେ ଲୋକେ । ଶେଷରେ କାବୁ କରି ଭରତପୁର ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । 

ଖବର ଅନୁଯାୟୀ, ଆଳୁଗଡ଼ ଛକ ନିକଟରେ ଯାତ୍ରା ଦେଖିବାକୁ ଆସିଥିଲେ ପରିବାର ଲୋକେ । ଜଣେ ମହିଳା ତାଙ୍କ କୁନି ପୁଅକୁ ଧରିଥିବା ବେଳେ ସେଠାକୁ ଜଣେ ଅଜଣା ବ୍ୟକ୍ତି ଆସିଥିଲେ । ମହିଳାଙ୍କ ଅନ୍ୟମନସ୍କତା ଦେଖି କୁନି ପୁଅକୁ ଫ୍ରୁଟି ଦେଇ ଡାକିଥିଲେ । ଏହି ସମୟରେ ମାଆଙ୍କ ନଜର ପଡିଥିଲା । ଏହି ସମୟରେ ଦୁର୍ବୃତ୍ତ ଜଣଙ୍କ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ସ୍ଥାନୀୟ ଲୋକେ ପିଲା ଚୋରି ଅଭିଯୋଗରେ ସନ୍ଦିଗ୍ଧ ଯୁବକଙ୍କୁ ଗୋଡାଇ ଗୋଡେଇ କାବୁ କରିଥିଲେ । ଆଉ ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭରତପୁର ପୋଲିସର ଜିମା ଦେଇଥିଲେ । ପୋଲିସ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.