ଭୁବନରେ ଚାଞ୍ଚଲ୍ୟ, ମାଆର ଜୀବନ ନେଇଗଲା ଝିଅ

Published By : Prameya-News7 Bureau | April 27, 2024 IST

ଭୁବନ ୨୭/୪:ମାଆକୁ କାଠ ଫାଳିଆରେ ପିଟିପିଟି ମାରିଦେଲା ଝିଅ । ଭୁବନ ଥାନା ମଝପାଳ ଗାଁରେ ମାନସିକ ବିକାରଗ୍ରସ୍ତ ଝିଅର ଅଭାବନୀୟ କାଣ୍ଡ । ମୃତକ ସ୍ଥାନୀୟ ଅଞ୍ଚଳର ଦୁର୍ଗାବତୀ ଦାଶ । ସ୍ବାମୀ ବିଭୁତି ଭୂଷଣଙ୍କ ପରଲୋକ ପରେ ଦିବ୍ୟାଙ୍ଗ ଝିଅ ଆଶାଲତାଙ୍କ ସହ ରହୁଥିଲେ ଦୁର୍ଗାବତୀ । ଆଶାଲତା ବିବାହିତା ହୋଇଥିଲେ ମଧ୍ୟ ଶାଶୁ ଘରେ ରହୁନଥିଲେ । ଦୁର୍ଗାବତୀଙ୍କର ଆଶାଲତାଙ୍କ ସହ ଆଉ ୪ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । । ପିଲାମାନେ ପାଖରେ ରହିବାକୁ ଯେତେ ଡାକିଲେ ମଧ୍ୟ ଆଶାଲତାଙ୍କୁ ଛାଡି କୁଆଡେ ଯାଉନଥିଲେ ଦୁର୍ଗାବତୀ । 

ପ୍ରତିଦିନ ଦୁର୍ଗାବତୀଙ୍କ ସହ ପିଲାମାନେ ଯୋଗାଯୋଗରେ ରହୁଥିଲେ । ଆଜି ସକାଳୁ ମାଆଙ୍କ ସହ ଯୋଗାଯୋଗ ହୋଇପାରିନଲା । ସନ୍ଦେହରେ  ପିଲାମାନେ ଗାଁ ଲୋକଙ୍କ ସହ କଥା ହେବା ପରେ ପ୍ରକୃତ ଘଟଣା ଜଣାପଡିଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଆଶାଲତାଙ୍କୁ ଅଟକ ରଖି ଅଧିକ ଛାନଭିନ ଚଳାଇଛି ପୋଲିସ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.