ମୁମ୍ଵାଇ ପୋଲିସ୍‌ ବଡ ଆକ୍ସନ, ମହାଦେବ ବେଟିଂ ମାମଲାରେ ସାହିଲ ଖାନ୍ ଗିରଫ

Published By : Prameya-News7 Bureau | April 28, 2024 IST

ଷ୍ଟାଇଲ୍ ଫେମ୍‌ ଅଭିନେତା ସାହିଲ ଖାନ । ଏବେ ପୁଣି ଥରେ ବଡ ଅଡୁଆରେ ପଡିଛନ୍ତି । ବର୍ତ୍ତମାନ ତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହି ସମଗ୍ର ମାମଲା ମହାଦେବ ବେଟିଂ କେସ ସହିତ ଜଡିତ । ମିଳିଥିବା ସୂଚନା ଅନୁଯାୟୀ, ମହାଦେବ ବେଟିଂ ଆପ୍ ସମ୍ପର୍କିତ ମାମଲାରେ ସାହିଲ ଖାନଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ତାଙ୍କୁ ୧୫ ହଜାର କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ଅଭିନେତାଙ୍କୁ ପଚରାଉଚରା କରିସାରିଛି। ଏହି ମାମଲାରେ ସାହିଲ ଖାନ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ। ତେବେ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି।

ଛତିଶଗଡରୁ ଗିରଫ

ସୂଚନାଯୋଗ୍ୟ ଯେ ସାହିଲ ଖାନ ‘ଦ ଲାୟନ ବୁକ୍ ଆପ୍’ ନାମକ ଏକ ବେଟିଂ ଆପ୍ ସହିତ ଜଡିତ ଥିଲେ। ଏହି ପ୍ରସଙ୍ଗରେ ଅନ୍ୟ ଅନେକ ତାରକାଙ୍କ ନାମ ଆଗକୁ ଆସିଛି । କହିବାକୁ ଗଲେ ମୁମ୍ବାଇ ପୋଲିସ ସାହିଲ ଖାନଙ୍କୁ ଛତିଶଗଡରୁ ଗିରଫ କରିଛି। ତାଙ୍କୁ ମୁମ୍ବାଇ ଅଣାଯିବ, ଯେଉଁଠାରେ ତାଙ୍କୁ ଏହି ମାମଲାରେ ପଚରାଉଚରା କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.