ଗଞ୍ଜାମ ବରିଗୁଡା ଜଙ୍ଗଲରେ କାଠ ମାଫିଆଙ୍କ ଆତଙ୍କରାଜ, ଗ୍ରାମବାସୀଙ୍କ ଉପରକୁ ଫିଙ୍ଗିଲେ ବୋମା

Published By : Prameya-News7 Bureau | April 27, 2024 IST

ଆସିକା୨୭/୪: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡା ଜଙ୍ଗଲରେ କାଠ ମାଫିଆଙ୍କ ଆତଙ୍କରାଜ । ଧରାପଡିବା ଭୟରେ ଗାଁ ଲୋକଙ୍କ ଉପରକୁ କରିଛନ୍ତି ବୋମାମାଡ । ବିଳମ୍ବିତ ରାତିରେ ୪ ଜଣ ମୁଖାଧାରୀ ଦୁର୍ବୃତ୍ତ ଜଙ୍ଗଲରେ ଶାଗୁଆନ କାଠ କାଟୁଥିବାର ଖବର ପାଇ ଗାଁର ପ୍ରାୟ ୫୦ ଲୋକ ପହଞ୍ଚିଯାଇଥିଲେ । 

ଧରାପଡିବା ଭୟରେ ଲୋକଙ୍କ ଉପରକୁ ୨ଟି ବୋମା ଫିଙ୍ଗି ଚମ୍ପଟ ମାରିଛନ୍ତି ମାଫିଆ ।ତେବେ ବୋମା ମାଡରେ କାହାର କିଛି କ୍ଷତି ହୋଇନି । ଧରାକୋଟ ପୋଲିସ ଓ ବନପାଳ ଘଟଣାର ତଦନ୍ତ କରୁଛନ୍ତି ।  

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.