ବ୍ରହ୍ମପୁର ହଳଦିଆପଦର ବସଷ୍ଟାଣ୍ଡରୁ ୩ ଡକାୟତ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ

Published By : Prameya-News7 Bureau | April 27, 2024 IST

ବ୍ରହ୍ମପୁର୨୭/୪: ଡକାୟତଙ୍କ ଡକାୟତି ଯୋଜନା ପଣ୍ଡ । ୩ଜଣକୁ କାବୁ କଲା ବ୍ରହ୍ମପୁର ପୋଲିସ । ଗୋଳନ୍ଥରା ଥାନା NH-୧୬ ହଳଦିଆପଦର ବସଷ୍ଟାଣ୍ଡ ପଛପଟେ ୫ରୁ ୬ ଜଣ ଡକାୟତ ମିଶି କଥାବାର୍ତ୍ତା ହେଉଥିଲେ । ହଠାତ ପୋଲିସ ଆସି ଚଢାଉ କରିବା ସହ ୩ ଜଣକୁ ଗିରଫ କରିଥିବାବେଳେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି । 

ଗିରଫ ଡକାୟତଙ୍କ ନିକଟରୁ  ପିସ୍ତଲ,୨ଟି ଗୁଳି,୨ଟି ଖଣ୍ଡା,୩ଟି ମୋବାଇଲ ଫୋନ,ଗୋଟିଏ ବାଇକ,ବୋମା ପ୍ରସ୍ତୁତକାରୀ ସାମଗ୍ରୀ ଜବତ କରାଯାଇଛି । ଗିରଫ ୩ ଡକାୟତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ପୋଲିସ କହିଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.