୩ ମାସ ଦରମା ଦେଲେନି ବୋଲି ମାଲିକକୁ ମାରିଦେଲା, ହତ୍ୟାର ୮ ଘଣ୍ଟା ପରେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | April 27, 2024 IST

ସମ୍ବଲପୁର ୨୭।୪: ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଅଇଁଠାପାଲି ଛକ ନିକଟରେ ଥିବା ଏକ ଗୋଦାମ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ଘଟଣାରେ ଜଣେ ଅଭିଯୁକ୍ତ ଗିରଫ l ଘଟଣାର ୮ ଘଣ୍ଟା ମଧ୍ଯରେ ଅଭିଯୁକ୍ତ ଗୋପବନ୍ଧୁ ବେହେରାଙ୍କୁ ଗିରଫ କରାଯାଇଛି l 

ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ବେହେରା ମୃତକ ରଞ୍ଜିତ ସାହାଙ୍କ ନିକଟରେ କାମ କରୁଥିଲେ l ପ୍ରାୟ ୩ ମାସ ହେବ ରଞ୍ଜିତ ଗୋପବନ୍ଧୁଙ୍କୁ ଦରମା ଦେଇନଥିଲେ l ଯାହାଫଳରେ ଗୋପବନ୍ଧୁ ଓ ରଞ୍ଜିତଙ୍କ ମଧ୍ଯରେ ଝଗଡା ହୋଇଥିଲା l ୨୬ ତାରିଖ ଭୋର ୨ଟା ୩୦ ମିନିଟ୍‌ରୁ ୩ଟା ମଧ୍ଯରେ ଗୋପବନ୍ଧୁ ଏକ ଲୁହା ରଡ଼ରେ ରଞ୍ଜିତଙ୍କ ମୁଣ୍ଡରେ ଆକ୍ରମଣ କରିଥିଲା l ଯାହାଫଳରେ ରଞ୍ଜିତଙ୍କର ଗୋଦାମ ଘରେ ହିଁ ମୃତ୍ୟୁ ହୋଇ ଯାଇଥିଲା l ହତ୍ୟା କରିବା ପରେ ଗୋପବନ୍ଧୁ ସେଠାରୁ ସିନ୍ଦୁରପଙ୍କରେ ରହୁଥିବା ତାଙ୍କ ଭଉଣୀଙ୍କ ଘରକୁ ଚାଲି ଯାଇଥିଲେ l ସେଠାରେ ସେ ଗାଧୋଇ ପୁଣି ଅଇଁଠାପାଲିକୁ ଚାଲି ଆସି ରଞ୍ଜିତଙ୍କ ସ୍ତ୍ରୀଙ୍କୁ ଖବର ଦେଇଥିଲେ ତାଙ୍କ ସ୍ୱାମୀ ରକ୍ତାକ୍ତ ଅବସ୍ଥାରେ ଗୋଦାମ ଘରେ ପଡିଛନ୍ତି l ତୁରନ୍ତ ତାଙ୍କୁ ତାଙ୍କ ସ୍ତ୍ରୀ ଓ ଗୋପବନ୍ଧୁ ମେଡିକାଲକୁ ଆଣିଥିଲେ l  ଏହାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ l ତଦନ୍ତ ପରେ ଜଣାପଡିଥିଲା ଏହି ଘଟଣାରେ ଗୋପବନ୍ଧୁଙ୍କ ହାତ ରହିଛି l ପୋଲିସ ତୁରନ୍ତ ଗୋପବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

You Can Read :

ନା ଡବଲ୍, ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ : ପାଣ୍ଡିଆନ୍ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.